ପୁରୀ : ପୁରୀ ଅବକାରୀ ବିଭାଗରେ ଖାଲି ଥିବା ୯ଟି ଅବକାରୀ କନଷ୍ଟେବଳ ପଦବୀ ପୂରଣ ପାଇଁ ଚୟନ ପ୍ରକ୍ରିୟା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ପଦବୀ ପାଇଁ ଜିଲ୍ଲାରୁ ୨୩୨ ଜଣ ପ୍ରାର୍ଥୀ ଆବେଦନ କରିଥିଲେ । ଇଣ୍ଡୋର୍ ଷ୍ଟାଡିୟମରେ ପ୍ରାର୍ଥୀ ମାନଙ୍କର ଶାରୀରିକ ଦକ୍ଷତା ପରୀକ୍ଷା କରାଯାଇଥିଲା । ପୁରୁଷ ଓ ମହିଳା ପ୍ରାର୍ଥୀମାନଙ୍କ ମଧ୍ୟରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ରୋପ ଚଢିବା ଏବଂ ସନ୍ତରଣ ପ୍ରତିଯୋଗିତା କରାଯାଇ ପ୍ରାର୍ଥୀ ଚୟନ କରାଯାଇଥିଲା । ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲ, ଆର ଆଇ ଚନ୍ଦ୍ର ଶେଖର ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଡିଏସ୍ପି ବାସନ୍ତୀ ନାୟକ, ଅବକାରୀ ନିରୀକ୍ଷକ ମାନସୀ ସାହୁ, ସଞ୍ଜୟ ପଣ୍ଡା, ରେଞ୍ଜର ବେଣୁଧର ବେହେରା ପ୍ରମୁଖ ଚୟନ ପ୍ରକ୍ରିୟାକୁ ପରିଚାଳନା କରିଥିବାବେଳେ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ ସହଯୋଗିତା କରିଥିଲେ ।