ବେଲଘରରେ ହାତୀ ଆତଙ୍କ,ହାତୀ ଘଉଡ଼ାଇବାକୁ ବନ ବିଭାଗର ପ୍ରୟାସ ଜାରି

0 143

ବାଲିଗୁଡ଼ା: କନ୍ଧମାଳରେ ହାତୀ ଆତଙ୍କ । ୫୦ଟିକିଆ ହାତିପଲ ଗାଁ ନିକଟ ଜଙ୍ଗଲରେ ଚଳ ପ୍ରଚଳ କରୁଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳ ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ସିମାନ୍ତ ଝିରିପାଣି,ଭଣ୍ଡରଙ୍ଗି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେପଟେ ଘଟଣାକୁ ନେଇ ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ହାତୀର ଗତିପଥ ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ସୂଚନା ପ୍ରକାରେ ବାଲିଗୁଡା ବନଖଣ୍ଡର ବେଲଘର ବନାଞ୍ଚଳର ଝିରିପାଣି ଗାଁ ଅଞ୍ଚଳକୁ ସୀମାନ୍ତ ଜଙ୍ଗଲରୁ ୫୦ଟିକିଆ ହାତୀପଲ ପସିଆସିଥିବା ଜଣାପଡ଼ିଛି । ଏହି ହାତୀପଲ ଆଜକୁ ପ୍ରାୟ ୭ରୁ ୮ଦିନ ହେବ ଝିରିପାଣି ଜଙ୍ଗଲରେ ରହିଥିବା ବେଳେ ଗାଁ ନିକଟସ୍ଥ ଧାନକୁ ପାଣି ପିଇବାକୁ ଆସୁଛନ୍ତି । ପୂର୍ବରୁ ଧାନ ଅମଳ ସମୟରେ ଗାଁ ଭିତରକୁ ଆସି ଲୋକଙ୍କ ଚାଷ ନଷ୍ଟ କରିଥିବା ବେଳେ ବନବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସମୟରେ ଲୋକେ ଭୟଭୀତ ଥିବା ବେଳେ ହାତୀପଲକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ହାତୀ ଟ୍ରାକିଙ୍ଗ୍‌ ସ୍କାର୍ଡ ଗଠନ କରି ହାତୀର ଗତିପଥ ବଦଳେଇବା ସହ ହାତୀପଲକୁ ଘଉଡାଇବା ନେଇ ପ୍ରୟାସ କରୁଛି ଟିମ୍‌ । ଏଥିସହିତ ଝିରିପାଣୀ ପରେଷ୍ଟର ଶିବାଜୀ ବେହେରା ଓ ରେଞ୍ଜର ଅରୁଣ ସାହୁ ଅଞ୍ଚଳବାସୀଙ୍କୁ ସଚେତନ କରାଉଛନ୍ତି । ଝିରିପାଣୀ ଜଙ୍ଗଲକୁ କଳାହାଣ୍ଡି ଜଙ୍ଗଲ ଲାଗିଥିବାରୁ କଳାହାଣ୍ଡି ପଟରୁ ଏହି ହାତୀପଲ ଉକ୍ତ ଅଞ୍ଚଳକୁ ପଶି ଆସିଥିବା ଅନୁମାନ କରୁଛି ବନବିଭାଗ । ଆସି ଉକ୍ତ ଅଂଚଳରେ ଉପଦବ୍ର ସହ ଜନଜୀବନ କ୍ଷତି କରୁଥିବା ଜଣାପଡିଛି । ଏଭଳି ବିଭିନ୍ନ ସମୟରେ ହାତୀପଲ ବେଲଘର ବନାଞ୍ଚଳର ଝିରିପାଣୀ, ଲଙ୍କାଗଡ,ଭଣ୍ଡରଙ୍ଗି ଜଙ୍ଗଲକୁ ହାତୀ ଆସି ରହୁଥିବା ଦେଖିବାକୁ ମିଳୁଛି । ହାତୀ ଭୟରେ ଅନେକ ସରକାରୀ କାର୍ଯ୍ୟକ୍ରମ ଉକ୍ତ ଅଞ୍ଚଳରେ ବର୍ତ୍ତମାନ ବନ୍ଦ ରହିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

16 − seven =