ଟିପିଏସଓଡିଏଲ କାର୍ଯ୍ୟାଳୟ ଘେରିଲେ ବଲଦଙ୍ଗଗୁଡ଼ା ଗ୍ରାମର ବିଦ୍ୟୁତ୍‌ ହିତାଧିକାରୀ

0 76

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା ମାଲିକାପଡ଼ି ପଞ୍ଚାୟତର ବଲଦଙ୍ଗଗୁଡ଼ା ଗ୍ରାମର ହିତାଧିକାରୀ ବିଗତ ୬ ଦିନ ହେବ ବିଦ୍ୟୁତ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଆଜି ଉକ୍ତ ଗ୍ରାମର ଶତାଧିକ ମହିଳା ପୁରୁଷ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତ ୩ ଦିନ ପୂର୍ବରୁ ଉକ୍ତ ଗ୍ରାମବାସୀ ଏହି କାର୍ଯ୍ୟାଳୟ ଘେରାଉ କରିଥିଲେ । ସେହି ସମୟରେ ଯଥା ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିଲା ନାହିଁ । ତେଣୁ ପୁନର୍ବାର ବଲଦଙ୍ଗଗୁଡ଼ା ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟଳୟ ଘେରାଉ କରିବା ପାଇ ଆସିଥିବା ଦେଖିବାକୁ ମିଳିଛି । ସେମାନଙ୍କର ଦାବି ଯେ ୧୦ ନମ୍ୱର୍‌ ୱାର୍ଡ ମଧ୍ୟରେ ପ୍ରାୟ ୭୦ ରୁ ୮୦ ଜଣ ହିତାଧିକାରୀ ରହିଛନ୍ତି । ତେବେ ଏହି ୧୦ ନମ୍ବର ୱାର୍ଡ ବାସି ଅନ୍ଧକାରରେ ରହୁଥିବା ବେଳେ ଅନ୍ୟ ୱାର୍ଡରେ ବିଦ୍ୟୁତ୍‌ ସେବା ରହିଛି । ବିଗତ ଦିନମାନଙ୍କରେ ଅଧିକ ଭୋଲ୍‌ଟେଜ୍‌ ଆସିବା ଦ୍ୱାରା ୧୧ ଜଣଙ୍କର ମିଟର ବକ୍ସ ପୋଡ଼ିଯିବା ସହିତ ଅନ୍ୟାନ୍ୟ ଉପକରଣ ମଧ୍ୟ ଖରାପ ହୋଇଯାଇଛି ।ଅନେକ ଥର ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ, ତା ସହିତ ଅଧିକ ବିଲ୍‌ ଆସୁଛି । ବିଲ୍‌ ନିମନ୍ତେ ଅଭିଯୋଗ କଲେ ମଧ୍ୟ ସମାଧାନ ହେଉ ନ ଥିବା ବେଳେ ଅଶିକ୍ଷିତ ଲୋକମାନେ କେମିତି କଷ୍ଟମର କେୟାର ଅଧିକାରୀଙ୍କୁ କଲ କରି ଅଭିଯୋଗ କରିବେ । ଜାଣିବା ଲୋକେ ଅଭିଯୋଗ କରି କରି ଥକି ଗଲେ ମଧ୍ୟ ସମସ୍ୟା ସମାଧାନ ହେଉ ନ ଥିବା ୧୦ ନମ୍ୱର୍‌ ୱାର୍ଡ ମେମ୍ବର ଉଦାସୀନ ପ୍ରଧାନ ପ୍ରକାଶ କରିଛନ୍ତି । ତେବେ ଆଜି ଘେରାଉ ବେଳେ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଫୁଲବାଣୀରୁ ମେସିନ ଆସୁଛି,ଯେମିତି ଆସି ପହଞ୍ଚିବ ଆମେ ଲଗେଇ ଦେବୁ ଓ ବିଦ୍ୟୁତ୍‌ ସେବା ଯୋଗେଇ ଦେବୁ ବୋଲି ପ୍ରକାଶ କରିବା ପରେ ମଧ୍ୟ ହିତାଧିକାରୀ ମେସିନ ଆସିବା ପର୍ଯ୍ୟନ୍ତ ଜଗିବୁ ବୋଲି କହି ଧାରଣାରେ ବସିଛନ୍ତି ।ତେବେ ବିଦ୍ୟୁତ୍‌ ଅଧିକାରୀଙ୍କ ସୂଚନା ଅନୁସାରେ ମେସିନ ବା ଟ୍ରାନ୍ସଫରମର ଆସିବା ବିଳମ୍ବ ହୋଇଛି ଓ ଆଜି ସମାଧାନ ହେବ ବୋଲି ସୂଚାନ ଦେଇଛନ୍ତି । ସେପଟେ ଅଧିକ ବିଲ୍‌ ଆସୁଥିବା ବିଷୟ ନେଇ ମଧ୍ୟ ଲୋକେ ଅଭିଯୋଗ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଟାଟା କମ୍ପାନୀ ନେବା ଦିନ ଠାରୁ ଅଧିକ ବିଦ୍ୟୁତ୍‌ ଉପଭୋକ୍ତା ହଟହଟା ହେଉଥିବା ଲୋକେ କହିଛନ୍ତି । ତେବେ କେବେ ବିଦ୍ୟୁତ୍‌ ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

eleven − 6 =