ବାଲିଗୁଡ଼ା ଅଞ୍ଚଳରେ ପ୍ରୀ ଖ୍ରୀଷ୍ଟମାସ୍‌ ପର୍ବ ପାଳନ

0 193

ବାଲିଗୁଡ଼ା: ଆଉ ଅଳ୍ପଦିନ ପରେ ବଡ଼ଦିନ । ଏହାକୁ ନେଇ ଆରମ୍ଭ ହୋଇଗଲାଣି ପ୍ରାକ୍‌ ପ୍ରସ୍ତୁତି । ବିଭିନ୍ନ ଅଞ୍ଚଳରେ ଖ୍ରୀଷ୍ଟପ୍ରେମୀମାନେ ପାଳନ କରୁଛନ୍ତି ପ୍ରୀ ଖ୍ରୀଷ୍ଟମାସ୍‌ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ସାଉଟିକିଆଠାରେ ଆଞ୍ଚଳିକ ମିଳିତ ଖ୍ରୀଷ୍ଟିୟ କମିଟି ପକ୍ଷରୁ ପ୍ରୀ ଖ୍ରୀଷ୍ଟମାସ୍‌ ପର୍ବ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ବଡ଼ଦିନ ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ମାସ ପ୍ରଥମ ସପ୍ତାହରୁ ଏହି ପର୍ବ ଆରମ୍ଭ ହୋଇଥାଏ । ଗତ ଦୁଇବର୍ଷ ହେଲା ମହାମାରୀ କରୋନା କଟକଣା ଯୋଗୁଁ ନିରାଡ଼ମ୍ବରରେ ବଡ଼ଦିନ ଉତ୍ସବ ପାଳନ ହେଉଥିଲା । ବର୍ତ୍ତମାନ ସମୟରେ କଟକଣା ହଟିଥିବାରୁ ଚଳିତ ବର୍ଷ ଧୁମ୍‌ଧାମରେ ବଡ଼ଦିନ ପାଳିବା ପାଇଁ ସୁଯୋଗ ପାଇଥିବାରୁ ବେଶ୍‌ ଉତ୍ସାହିତ ଅଛନ୍ତି ଖ୍ରୀଷ୍ଟପ୍ରେମୀ । ଏହି ଅବସରରେ ଅସହାୟ ବୃଦ୍ଧ,ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯିବାସହ, ପ୍ରାର୍ଥନା ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଖ୍ରୀଷ୍ଟୀୟ କମିଟିର ସଭାପତି ରେଭେରେଣ୍ଡ ତପସନ ଦିଗାଲ, ଉପ ସଭାପତି ପାଷ୍ଟର ଗୁନ୍ଧାନା ଦିଗାଲ, ସମ୍ପାଦକ ପାଷ୍ଟର ଲଳିତ ଦିଗାଲ,ସହ ସମ୍ପାଦକ ନବୀନ ଦିଗାଲ ଓ କୋଷାଧ୍ୟକ୍ଷ ଅବ୍ରାହାମ୍‌ ଦିଗାଲଙ୍କ ସମେତ ଶତାଧିକ ଖ୍ରୀଷ୍ଟପ୍ରେମୀ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

12 − 10 =