ବଲାଙ୍ଗୀର ଜିଲ୍ଲାରେ ୨୫ରୁ ଆରମ୍ଭ ହେବ ଧାନମଣ୍ଡି

0 114

ବଲାଙ୍ଗୀର : ଚଳିତ ନଭେମ୍ବର ମାସ ୨୫ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଆରମ୍ଭ ହେବ ବୋଲି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ଜିଲ୍ଲାରେ ପଞ୍ଜିକୃତ ୭୪,୪୫୦ ଚାଷୀଙ୍କ ଠାରୁ ୧୫୮ଟି ପେକ୍ସ ଓ ୧୬ଟି ମହିଳା ସ୍ୱୟଂ ସହାୟକ ଦଳ ଦ୍ୱାରା ଧାନ କିଣାଯିବ । ଆବଶ୍ୟକ ଉପକରଣ, ଯନ୍ତ୍ରପାତି, ତାଲିମ ଆରମ୍ଭ ପୂର୍ବରୁ ସୁନିଶ୍ଚିତ ବ୍ୟବସ୍ଥା କରିବାକୁ ନିୟନ୍ତ୍ରିତ ବଜାର କମିଟୀ ଅଧିକାରୀଙ୍କୁ ନିର୍ଦ୍ଦେଶ କରିଥିଲେ ଜିଲାପାଳ । ସେହିପରି ସମସ୍ତ ମଣ୍ଡିରେ ସିସି କ୍ୟାମେରା ଓ ସୁପରିଚାଳନା ପ୍ରତି ଅଧିକାରୀମାନଙ୍କୁ ଯତ୍ନଶୀଳ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲାପାଳ ଚଞ୍ଚଳ ରାଣାଙ୍କ ଅଧକ୍ଷତା ଅନୁଷ୍ଠିତ ସଭାରେ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ, କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକାଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ସାଂସଦ ପ୍ରତିନିଧି ମାଧବ କୁମାର ସାଏ, ବଲାଙ୍ଗୀର ବିଧାୟକ ପ୍ରତିନିଧି ସରୋଜ କୁମାର ରଥ, ଜିଲ୍ଲା କୃଷକ ମହାସଂଘ ସଭାପତି ଯତି ପଧାନ ଓ ସଂପାଦକ ସୌମେନ୍ଦ୍ର ପରିଚ୍ଛା ତଥା ମିଲର ପ୍ରତିନିଧି ଯୋଗଦାନ କରିଥିଲେ । ସେହିପରି ଟିଟିଲାଗଡ ଓ ପାଟଣାଗଡ ଉପ ଜିଲ୍ଲାପାଳ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, କୃଷି, ନିୟନ୍ତ୍ରିତ ବଜାର କମିଟୀ, ଏଫ୍‌ ସି ଆଇ ଇତ୍ୟାଦି ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଆରମ୍ଭରେ ଜିଲ୍ଲାପାଳ ସଭାରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ବିଧାୟକ ମହାଲିଙ୍ଗ, ସାଲୁଜା ଓ ଅନ୍ୟ ଲୋକ ପ୍ରତିନିଧିମାନେ ଅବ୍ୟବସ୍ଥା ଗ୍ରହଣୀୟ ନୁହେଁ ବୋଲି ତାଗିଦ କରିବା ସହ ବିଭିନ୍ନ ପ୍ରସ୍ତାବ ରଖିଥିଲେ ।

hiranchal ad1
Leave A Reply

Your email address will not be published.

six + nine =