ପାଟଣାଗଡ:ପାଟଣାଗଡ ଉପଖଣ୍ଡ ଯୁବ ପତ୍ରକାର ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଓ ବନ୍ଧୁମିଳନ କୁସୁମକାନୀ ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କରୁଣାକର ବୁଡେକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକମାନଙ୍କ ନୀତି ଓ ଆଦର୍ଶ ,ସାମ୍ବାଦିକ ମାନଙ୍କ ସୁରକ୍ଷା, ସାଂଗଠନିକ ସଦୃଢ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କିପରି ସମସ୍ତେ ଅନ୍ତର୍ଭୁକ୍ତ ହୋଇପାରିବେ, ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ପାସ ବ୍ୟବସ୍ଥା କିପରି ପାଇପାରିବା, ସାମ୍ବାଦିକ ଭବନ ନିର୍ମାଣ, ଆଗାମୀ ଦିନରେ ସଚେତନା କାର୍ଯ୍ୟକ୍ରମ ହାତକୁ ନେବା ସହ ସଂଘର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଉପସଭାପତି ଗୋରେଖ ନାଥବରିହା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ଶ୍ରୀ ବୁଡେକ ସମସ୍ତ ସଦସ୍ୟମାନଙ୍କୁ କର୍ତ୍ତବ୍ୟ ନିଷ୍ଠା ସହ ସମ୍ବାଦ ସଂଗ୍ରହ ପାଇ ସବୁବେଳେ ଆଗ୍ରହ ସୃଷ୍ଟି କରିବା ପାଇଁ ଆହ୍ୱାନ କରିଥିଲେ । ଏଥିରେ ମୁଖ୍ୟ ଉପଦେଷ୍ଟା ଜଗଦୀଶ ଭୋଇ, ଭୋଜରାଜ ବରିହା ସଂଘର ପ୍ରତ୍ୟେକ କାଗଜାତ ପତ୍ର ଯଥା ଶୀଘ୍ର ପ୍ରସ୍ତୁତ କରିବାକୁୁ ମତବ୍ୟକ୍ତ କରିଥିଲେ । ସଂଘର ଏକ ଲଗୋ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିବାକୁ ନିଷ୍ପତ୍ତି ନିଆଯାଥିଲା । ଏଥିରେ ଚନ୍ଦ୍ର ଶେଖର ବରିହା, ଗୁଣନିଧି ପୁଟେଲ, ଲଲିତ ମଲ୍ଲିକ , ପ୍ରତ୍ୟୁଷ ରଞ୍ଜନ ଖମାରୀ, ଦୁର୍ଯ୍ୟୋଧନ ବର୍ଗେ , ଭୋଜରାଜ ବରିହା ,ଘନ ଭୋଇ,ପାର୍ଥ ଭୁଏ, ଲାବଣ୍ୟ ପୁରୋହିତ , ଭଜ ଦୀପ, ଗୌରୀଶଙ୍କର ବରିହା, ଶେଷଦେବ ସିଂ ନାୟକ, ପାଣ୍ଡବ ବରିହା, ସୁଦାମ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ । ଉପସଭାତି ଗୋରେଖନାଥ ବରିହା ପରିଚଳନା କରିଥିବା ବେଳେ ଲଲିତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।