ସୁବର୍ଣ୍ଣାର ରଜତ ଜୟନ୍ତୀ ଉତ୍ସବ ଉଦଯାପିତ

0 80

ସୁବର୍ଣ୍ଣପୁର : ଗତ ଦୁଇଦିନ ଧରି ଚାଲିଥିବା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ତଥା ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ନାୟକ ଯୋଗ ଦେଇ ସମାଜରେ ନାରୀ ସଶକ୍ତିକରଣର ମହତ୍ୱ ସମ୍ପର୍କରେ ଆଲୋଚନା କରିବା ସହିତ ସେ ଦିଗରେ ସୁବର୍ଣ୍ଣା ନାରୀ ଜାଗରଣର ଉଲ୍ଲେଖନୀୟ ଭୂମିକା ଉପରେ ଅନେକ ପ୍ରମାଣ ବା ଉଦାହରଣ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ଯୋଗ ଦେଇ ଦୀର୍ଘ ୩୦ ବର୍ଷ ଧରି ସୁବର୍ଣ୍ଣା ମହିଳାଙ୍କ କ୍ଷେତ୍ରରେ ସେବା କରି ସାରା ରାଜ୍ୟରେ ଖୁବ ପ୍ରତିଷ୍ଠିତ ଅନୁଷ୍ଠାନ ଭାବରେ ସୁନାମ ଅର୍ଜନ କରିଛି ବୋଲି ମତ ରଖି ଜ଼ିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମହିଳାଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଉପରେ ପ୍ରଥମେ ଅଗ୍ରାଧିକାର ଦିଆଯିବ ଏବଂ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ । ପ୍ରଖ୍ୟାତ ଲୋକ କବିରତ୍ନ ପଦ୍ମଶ୍ରୀ ଡ଼ଃ ହଳଧର ନାଗ ଏକ ଚମତ୍କାର କୋସଲି କବିତା ଆବୃତ୍ତି ମାଧ୍ୟମରେ ମା ମାଟି ଓ ମାତୃଭାଷା ପ୍ରତି ଏବଂ ମାତୃ ସଂସ୍କୃତି ପ୍ରତି ସମସ୍ତେ ସମର୍ପିତ ହେବା ପାଇଁ ପ୍ରେରଣା ଯୋଗାଇଥିଲେ । ସୁବର୍ଣ୍ଣାର ଉପଦେଷ୍ଟା ପ୍ରଫେସର ଡ଼ଃ ଜୟଦେବ ଦଣ୍ଡସେନାଙ୍କ ସ୍ୱରଚିତ ଏକ ଗୀତକୁ ସମସ୍ତେ ଗାନ କରିଥିଲେ । ଅନୁଷ୍ଠାନର ସଭାନେତ୍ରୀ ପ୍ରଫେସର ମୀନା ମହାରଣା ସଭାକୁ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସମ୍ପାଦିକା ମଞ୍ଜୁଳା ମିଶ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ସୁବର୍ଣ୍ଣାର ବରିଷ୍ଠ ସଭ୍ୟା ଇନ୍ଦୁମତୀ ପୁରୋହିତ ଓ ସୁନନ୍ଦା ସାହୁ ସଭାକୁ ସଂଯୋଜନା କରିଥିଲେ । ଶେଷରେ ଉପ ସଭାନେତ୍ରୀ ଭଗବତୀ ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ପରେ ନୃତ୍ୟ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ସଭ୍ୟା ଆରତୀ ଖମାରି, ଶ୍ରଦ୍ଧାଞ୍ଜଳି ମିଶ୍ର, ମଞ୍ଜୁଳା ଝଙ୍କର, କଳ୍ପନା ମେହେର, ଗୀତା ବହିଦାର, ପୁଷ୍ପା ମେହେର, ଉର୍ମିଳା ସାହୁ, ପ୍ରଦୀପ ବଣ୍ଡକି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ଏହି ଉତ୍ସବକୁ ଗତକାଲି ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଉଦଘାଟନ କରି ନାରୀ ଜାଗରଣର ଏହି ମହତ ସେବାକୁ ପ୍ରଶଂସା କରିଥିଲେ । ଏ ଅବସରରେ ଅନୁଷ୍ଠାନର ମୁଖପତ୍ର ସୁବର୍ଣ୍ଣା ଓ ମନଗହନ ନାମକ ଦୁଇଟି ପୁ୍‌ସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

two × three =