କଳାହାଣ୍ଡି ଜିଲ୍ଲା ଅମଲା ସଂଘ ତରଫରୁ ଏକ ଦଫା ଦାବି ନେଇ ଶୋଭାଯାତ୍ରା

0 65

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆମଲା ସଂଘ ଶାଖା ପକ୍ଷରୁ ସ୍ଥାନୀୟ ଆମଲା ଭାବନରୁ ୩୦୦ରୁ ଉଦ୍ଧ୍ୱର୍ କର୍ମଚାରୀ ଏକ ରାଲିରେ ବାହାରି ସହରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ । ଗତ ୨୦୧୭ ମସିହା ରାଜ୍ୟ ସରକାରଙ୍କ ନିୟମ ମୁତାବକ ରାଜ୍ୟର ସମସ୍ତ ଅମଳା କର୍ମଚାରୀଙ୍କୁ ୪୨୦୦ ଗ୍ରେଡ଼ ପେ ଲାଗୁ କରିଥିଲେ, ଯୁକ୍ତ+୨ ରୁ ସ୍ନାତକର ଥିବା କର୍ମଚାରୀ ଙ୍କୁ ଗ୍ରେଡ଼ ପେ ୪୨୦୦ କରିଥିବା ବେଳେ ଜିଲ୍ଲାରେ କାର୍ଯ୍ୟରତ ଆମଲା କର୍ମଚାରୀଙ୍କୁ ଏହାର ଅନ୍ତର୍ଭୁକ୍ତ କରିନାହାନ୍ତି । ଏହି ଦାବିକୁ ଦୀର୍ଘଦିନ ହେବ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ଆଜି ଏକ ରାଲି ବାହାରି ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ଦେଇଥିବା ବେଳେ ଯଦି ଏହି ଦାବି ଆଗାମୀ ୨୭ତାରିଖ ପୂର୍ବରୁ ପୂରଣ ନହେଲେ ରାଜ୍ୟର ତିରିଶ ହଜା ଅମଲା କର୍ମଚାରୀ ୨୭ତାରିଖ ଦିନ ରାଜ୍ୟ ସରକାରଙ୍କ ସଚିବାଳୟ ଘେରାଓ ହେବ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 2 =