ଡିସେମ୍ବର ୨୬ରୁ ଖରିଫ ଧାନ ସଂଗ୍ରହ

0 99

ପୁରୀ : ଆଜି ଅପରାହ୍ନରେ ସର୍କିଟ ହାଉସଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।୨୦୨୨-୨୩ ଖରିଫ୍‌ ଧାନ ସଂଗ୍ରହ ଡିସେମ୍ବର ୨୬ ତାରିଖରୁ ଶୁଭାରମ୍ଭ ହେବ ଓ ବିଭିନ୍ନ ବ୍ଲକରେ ଧାନ ଅମଳକୁ ଦେଖି ଭିନ୍ନ ଭିନ୍ନ ତାରିଖରେ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ କରିବା ପାଇଁ ସର୍ବସମ୍ମତ୍ତି କ୍ରମେ ସ୍ଥିର ହେଲା । ଏହି ବୈଠକରେ ଯୋଗ ଦେଇ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରୟ ସମୟରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ଓ ସଠିକ ମୂଲ୍ୟ ନିର୍ଦ୍ଧାରିତ ସମୟରେ ପାଆନ୍ତି ସେଥିପ୍ରତି ଯତ୍ନବାନ୍‌ ହେବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଦିଲ୍ଲୀପ କୁମାର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ଧାନ ସଂଗ୍ରହ ବ୍ୟବସ୍ଥାକୁ ସରକାରୀ ନିୟମ ଅନୁସାରେ ପରିଚାଳନା କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ସମସ୍ତଙ୍କୁ ସ୍ୱାଗତ ସହ ଆଲୋଚନା କରିଥିଲେ ।
୨୦୨୧-୨୨ ଖରିଫ୍‌ ଓ ରବି ଋତୁରେ ୧୬୪୭୮୪.୦୪୪ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇ ଥିବା ବେଳେ ୧୧୨୦୫୩.୧୫୦ ମେଟ୍ରିକ ଟନ୍‌ ଚାଉଳ ପ୍ରସ୍ତୁତ ହୋଇଥିଲା । ୪୭୧୧୯ ଚାଷୀ ପଞ୍ଜିକରଣ କରିଥିବା ବେଳେ ୩୪୭୬୬ ଚାଷୀ ୧୮୫ ଟି ପ୍ୟାକ୍ସରେ ଧାନ ବିକ୍ରି କରିଥିଲେ । ସେହିପରି ରବି ଋତୁ ରେ ୧୭୪୮୧ ପଞ୍ଜିକରଣ କରିଥିବା ଚାଷୀଙ୍କ ମଧ୍ୟରୁ ୧୪୧୩୪ ଜଣ ୧୦୦ଟି ପ୍ୟାକ୍ସରେ ଧାନ ବିକ୍ରି କରିଥିଲେ । ଚଳିତ ଖରିଫ୍‌ ରେ ୪୬୧୬୭ ପଞ୍ଜିକରଣ କରିଥିବା ବେଳେ ଯାଞ୍ଚ ପରେ ୪୨୬୫୧ ଯୋଗ୍ୟ ଚାଷୀ ରହିଛନ୍ତି । ୧୭୫ ଟି ପ୍ୟାକ୍ସ ଓ ୩ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୯୭୭୭୯.୪୧୨ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ । ନିଷ୍ପତ୍ତି ଅନୁସାରେ ଜଣେ ଚାଷୀ ଟୋକନ୍‌ ମାଧ୍ୟମରେ ଦୈନିକ ସର୍ବାଧିକ ୧୦୦ କ୍ୟୁଣ୍ଟାଲ ଧାନ ବିକ୍ରି କରି ପାରିବେ । ଚାଷୀ ମାନଙ୍କ ପାଇଁ ମଣ୍ଡିରେ ଆଶ୍ରୟସ୍ଥଳୀ, ପିଇବା ପାଣିର ବ୍ୟବସ୍ଥା, ନିର୍ଦ୍ଧାରିତ ଦିନରେ ମିଲର ମାନଙ୍କ ଦ୍ୱାରା ଧାନ ସଂଗ୍ରହ ସହ ଧାନ ସଂଗ୍ରହ ମଧ୍ୟରେ ସଠିକ ଭାବରେ ଧାନ ସଂଗ୍ରହ ସମ୍ପର୍କରେ ଆଉ ଏକ ବୈଠକ ଆୟୋଜନ କରି ସମୀକ୍ଷା କରିବାକୁ ଚାଷୀ ପ୍ରତିନିଧିମାନେ ପ୍ରସ୍ତାବ ଦେଇଥିଲେ ଯାହା ଗ୍ରହଣ କରାଯାଇଥିଲା ।
ଏହି ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଡିଆଇବି ଡିଏସପି ହେମନ୍ତ କୁମାର ପଣ୍ଡା, ଡିଆରସିଏସ ଭୀମସେନ ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି, ବିଧାୟକ ମାନଙ୍କ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ଆରଏମସିର ସମ୍ପାଦକ, ମିଲର, ଯୋଗାଣ ନିରୀକ୍ଷକ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 × one =