ନବରଙ୍ଗପୁର:- ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମା ଗ୍ରାମପଞ୍ଚାୟତ ନିକଟସ୍ଥ ପ୍ରସିଦ୍ଧ ଘୁମରେଶ୍ୱର ଶୈବ ପୀଠ ଠାରେ ବିଦେଶୀ ପର୍ଯଟକଙ୍କୁ ଦେଖିବାକୁ ମିଳିଛି । ୟୁରୋପ ମହାଦେଶର ଡେନମାର୍କ ସହରର ଦିହାନେ ଆଣ୍ଡ୍ରେସନ ଓ ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ଗାଇଡ଼ ବୟ ଇବ୍ରାହିମ ବାଘ ଘୁମରେଶ୍ୱର ଶୈବ ପୀଠକୁ ପରିଦର୍ଶନରେ ଆସିଥିଲେ ।
ଆଣ୍ଡ୍ରେସନଙ୍କ କହିବା ଅନୁଯାୟୀ ମନ୍ଦିରଟି ବହୁତ ସୁନ୍ଦର ଦିଶିବା ସଙ୍ଗେ ସଙ୍ଗେ ମନକୁ ଆକର୍ଷିତ କରିଛି । ଏଠାରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଘଞ୍ଚଜଙ୍ଗଲ ଏବଂ ଜଳପ୍ରପାତ ଅତି ଆକର୍ଷଣୀୟ ଓ ମନୋରମ ହୋଇଛି । ଏଠାରେ ଦିନକୁ ଦିନ ଜିଲ୍ଲା, ରାଜ୍ୟ, ଦେଶରୁ ବହୁ ପର୍ଯ୍ୟଟକ ଆସୁଥିବା ବେଳେ ବର୍ତ୍ତମାନ ବିଦେଶରୁ ପ୍ରଥମ ଥର ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ହେତୁ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିଲା । ଅନେକ ଭକ୍ତ ବିଦେଶୀ ପର୍ଯ୍ୟଟକଙ୍କ ସହ ସେଲ୍ଫି ନେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ଅଲାରନାଥ ମନ୍ଦିର ବିକାଶ ପାଇଁ ୮ କୋଟି ଟଙ୍କା ମଞ୍ଜୁର,ମନ୍ଦିର ଉନ୍ନୟନ କମିଟି ସହ କଥା ହେଲେ ମୁଖ୍ୟମନ୍ତ୍ରୀ
Next Post