୨୦ ଜଣ କୋଭିଡ ଯୋଦ୍ଧା ସମ୍ବର୍ଦ୍ଧିତ

0 108

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଏମ-ରାଇଟ ଏଚଏଲଏଫପିପିଟିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବୈଠକଗୃହ ଠାରେ କୋଭିଡ଼-୧୯ ସଂକ୍ରାନ୍ତରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କାହ୍ନୁ ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜେଏସଆଇ ଏମ-ରାଇଟ ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ଡାକ୍ତର ଶ୍ରୀପତି ଦାସ ମହାପାତ୍ର ଏବଂ ସମ୍ମାନୀତ ଅତିଥି ଭାବରେ ଏଡିପିଏଚଓ (ଏଫଡବ୍ଲୁ )ଡାକ୍ତର ନୀଳମଣି ଦିଲ୍ଲୀପଚାନ୍ଦ ବେହେରା, ବିପିଏମ ସୁଶାନ୍ତ କୁମାର ପ୍ରହରାଜ,ଡିଏମଆରସିଏଚ ପ୍ରଣତି ସାହୁ,ଏଚଏଲଏଫପିପିଟି ଏସଓଏମ ରାଜେଶ କୁମାର ବେହେରା , ଡିଭିଏଲଏମ ମଳୟ କୁମାର ପାଣିଗ୍ରାହୀ, ଆରଏମ ଜ୍ୟୋତି କୁମାର ରଥ,କିଶୋର କୁମାର ପ୍ରଧାନଙ୍କ ସହିତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଜିଲ୍ଲା ସ୍ତରୀୟ କର୍ମଚାରୀଙ୍କ ପ୍ରମୁଖ ଉପସ୍ଥିତ ରହି ମିଳିତ ଭାବରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମହାମାରୀ କରୋନା ସମୟରେ ଇହଲୀଳା ସମ୍ବରଣ କରିଥିବା ବିଭାଗୀୟ କର୍ମଚାରୀଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ସେମାନଙ୍କ ସ୍ମୃତି ଚାରଣ ପରେ କର୍ମଶାଳା ଆରମ୍ଭ ହୋଇଥିଲା ।
ଅନ୍ୟପକ୍ଷରେ କରୋନା ସମୟରେ ନିଃସ୍ୱାର୍ଥପର ସେବା ପାଇଁ ବ୍ଲକସ୍ତରରୁ ୨୦ ଜଣ କୋଭିଡ଼ ଯୋଦ୍ଧା ଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ଉପସ୍ଥିତ ଅତିଥିଗଣଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ସମ୍ବର୍ଦ୍ଧିତଙ୍କ ମଧ୍ୟରୁ ଡାକ୍ତର ନୀଳମଣି ଦିଲ୍ଲୀପଚାନ୍ଦ ବେହେରା,ମଳୟ ରଞ୍ଜନ ପାଣିଗ୍ରାହୀ,ନେହେରୁ ଯୁବକେନ୍ଦ୍ର ସ୍‌ବେଚ୍‌ଛାସେବୀ ନିହାରିକା ପାଣ୍‌ଡେ,ସରପଞ୍ଚ ମୋହନ ନାୟକ,ଜଗତ କିଶାନ,ଦେବ ପ୍ରସାଦ ହରିଜନ, ପ୍ରତୀକ କୁମାର ମଙ୍ଗରାଜ,ବସନ୍ତ ପୂଜାରୀ,କୃଷ୍ଣ ରଣ,ମନରଞ୍ଜନ ମହାନ୍ତି,ସାରଥୀ ସାହୁ, ଶୁଭମଶ୍ରୀ ମହାଦୀପ ଦଳେଇ,ସୁଶାନ୍ତ କୁମାର ବିଶୋଇ,ମଂଗଲେ ପୂଜାରୀ,ବେଲତି ଗଣ୍ଡ,ଜୟମାଲା ମଣ୍ଡଳ, ପଦ୍ମାବତୀ ଖିଲ,ଜ୍ୟୋତିରାଣୀ ବିଶୋଇ, ରଦମା ବିଶୋଇ,ମାର୍କେଲ ବରାଳ ପ୍ରମୁଖଙ୍କୁ ତାଙ୍କର ଉର୍ତ୍ସଗିକୃତ ସେବା ପାଇଁ ସମସ୍ତଙ୍କୁ କୋଭିଡ଼ ଯୋଦ୍ଧା ସମ୍ମାନ- ୨୦୨୨ ରେ ସମ୍ମାନୀତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

fourteen − twelve =