ନନ୍ଦାହାଣ୍ଡି : ଆଜି ଠାରୁ ଓଡ଼ିଶା ଆଉଟ୍ ସୋର୍ସିଂ କର୍ମଚାରୀ ସଂଘଙ୍କ ନିର୍ଦ୍ଦେଶକ୍ରମେ ନନ୍ଦାହାଣ୍ଡି ବ୍ଲକର ସମସ୍ତ ବିଭାଗରେ କାର୍ଯ୍ୟରତ ଆଉଟ୍ ସୋର୍ସିଂ କର୍ମଚାରୀ ବ୍ଲକ କାର୍ଯ୍ୟାଳୟ ପରିସରରେ କଳା ବ୍ୟାଜ ପରିଧାନ କରି ସରକାରଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି । ଆଜିଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ ଏବଂ ୨୬ ତାରିଖରେ ଭୁବନେଶ୍ୱରଠାରେ ଏକ ରାଲିରେ ମଧ୍ୟ ଯୋଗଦାନ କରିବେ । ସରକାର ଏମାନଙ୍କୁ ସ୍ଥାୟୀ କରିବା ସହ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ଓ ସମସ୍ତ ପ୍ରକାର ସୁବିଧା ପ୍ରଦାନ ପାଇଁ ଦାବି କରିଥିଲେ । ଏଥିରେ ବିଚିତ୍ର ସତପଥୀ, ହିମାଂଶୁ ପାତ୍ର, ଯୁଧିଷ୍ଠିର କଂସାରୀ, ସୋନ୍ତଷ ମହାରଣା, ରିଜ୍ୱାନ୍ ଫାତିମା, ଦେବାଶିଷ ତ୍ରିପାଠୀ, ଶଶାଙ୍କ ଗରଡା, ସରାଜୁ ବିଷୋୟୀ, ମନୋରମା ତ୍ରିପାଠୀ, ଶୁଭ୍ରାଂଶୁ ତ୍ରିପାଠୀ, ରାମ ପ୍ରସାଦ ବେହେରା ଓ ସମସ୍ତ ବିଭାଗର କର୍ମଚାରୀ ଯୋଗଦାନ କରିଥିଲେ ।