୧୦୦ ବୋତଲ କପ ସିରଫ ଜବତ , ଦୁଇ ଗିରଫ

0 126

ଖପ୍ରାଖୋଲ : ଖପ୍ରାଖୋଲ ପୋଲିସ ଚଢ଼ାଉ କରି ବୁଧବାର ସନ୍ଧ୍ୟାରେ ଦୁଇ କଫ ସିରଫ ବେପାରିକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ଧଣ୍ଡାମୁଣ୍ଡା ଗାଁର ସତ୍ୟପ୍ରିୟ ପଟେଲ(୪୨) ଓ ବେଲପଡା ଥାନା ବେଲପଡାର ମଧୁସୂଦନ ବାଗ ଓରଫ ରଇବାରୁ(୩୫) ବୋଲି ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ବୁଧବାର ସନ୍ଧ୍ୟାରେ ପେଟ୍ରୋଲିଂ କଲା ବେଳେ ଧଣ୍ଡାମୁଣ୍ଡା ଗାଁର ସତ୍ୟପ୍ରିୟ ପଟେଲ କଫ ସିରଫ ରଖିଥିବା ନେଇ ତନଖି କଲା ବେଳେ ଦୁଇଟି କଫ ସିରଫ ଜବତ କରିଥିବା ବେଳେ କଫ ସିରଫ ଯୋଗାଣର ମୁଖ୍ୟ ବେଲପଡ଼ାର ମଧୁସୂଦନ ବାଗ ଓରଫ ରଇବାରୁ ଘରେ ଚଢ଼ାଉ କରି ୯୮ ବୋତଲ କପ ସିରଫ, ୧୨୦ଟି ନିଶା ବଟିକା ସମେତ ୬୫୦୦ ଟଙ୍କା ଜବତ କରିଥିଲେ । କପ ସିରଫ ବିକିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ଏ ନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୯୫/୨୨ ରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରି ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

14 − 1 =