ନନ୍ଦାହାଣ୍ଡି ବ୍ଲକରେ ବୁଲିଲା ଭୋଟର ସଚେତନତା ରଥ

0 82

ନନ୍ଦାହାଣ୍ଡି : ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଦ୍ୱାରା ଭୋଟରମାନଙ୍କୁ ଭୋଟର କାର୍ଡ ସହ ଆଧାର କାର୍ଡକୁ ସଂଯୋଗ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ନିର୍ଦ୍ଦେଶ କ୍ରମେ ନନ୍ଦାହାଣ୍ଡି ବ୍ଲକରେ ଏକ ସଚେତନ ରଥ ଆଜି ବାହାରିଛି । ଏହି ରଥ ସମସ୍ତ ୧୧ ଗୋଟି ପଞ୍ଚାୟତରେ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବ । ଏହି ରଥ କିଛି ଦିନ ଅନ୍ତରରେ ଚଳିତ ବର୍ଷ ଡିସେମ୍ବର ୦୮ ତାରିଖ ପର୍ଯ୍ୟନ୍ତ ପ୍ରଚାର କରିବ ବୋଲି ସୂଚନା ଦେଇଛନ୍ତି । ଭୋଟର କର୍ଡ଼କୁ ଆଧାର କାର୍ଡ ସହ ସଂଯୋଗ ପାଇଁ ସରକାର ଏବେ ସୁବିଧା କରିଛି ଯାହା କି ମୋବାଇଲ ଫୋନରେ ହୋଇପାରୁଛି । ମୋବାଇଲର ପ୍ଲେ ଷ୍ଟୋର କୁ ଯାଇ ଭୋଟର ହେଲ୍ପ ଲାଇନ ଆପ ଡାଉନଲୋଡ କରି ଭୋଟର ରେଜିଷ୍ଟ୍ରସନ ଆଇକନ କ୍ଲିକ କରି ଫର୍ମ ୬ଖ ପୂରଣ କରିବାକୁ ପଡ଼ିଥାଏ । ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ମାଧ୍ୟମରେ ତା-୦୯/୧୧/୨୨ ଠାରୁ ତା-୦୮/୧୨/୨୨ ମଧ୍ୟରେ ବୟସ ୧୭+ ହେଉଥିଲେ ଭୋଟର କାର୍ଡ ପାଇଁ ଆବେଦନ କରିପାରିବେ । ଯଦି ଆସନ୍ତା ୨୦୨୩ ମସିହାର ଜାନୁଆରୀ ୦୧, ଅପ୍ରେଲ୦ ୦୧, ଜୁଲାଇ ୦୧, ଅକ୍ଟୋବର ୦୧ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରିବେ ତାହେଲେ ଭୋଟର ଭାବେ ଅଗ୍ରୀମ ପଞ୍ଜିକରଣ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ବ୍ଲକ ପରିସରରେ ବିଡିଓ ଶିବ ଶଙ୍କର ମୁର୍ମୁ , ଏବିଡ଼ିଓ ପ୍ରଫୁଲ୍ଲ କୁମାର କହଁର, ଜିପିଓ ମୋଜେସ ଫେଡ୍ରିକ ନାଗ, ସହକାରୀ ଯନ୍ତ୍ରୀ ସମେତ ବ୍ଲକ କର୍ମଚାରୀ ଓ କିଛି ସଚେତନ ଭୋଟରଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × 2 =