ସକାଳୁ ଅପରାହ୍ନ ଯାଏଁ ଉପାସରେ ରହିଲେ ମହାପ୍ରଭୁ

0 83

ପୁରୀ : ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ ବିଳମ୍ବ ହେବା ଯୋଗୁଁ ଜଗତରନାଥ ଜଗନ୍ନାଥ ଆଜି ସକାଳରୁ ଅପରାହ୍ନ ଯାଏ ଉପାସରେ ରହିଛନ୍ତି । ଏହାକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । । ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହେଉଥିବା ଅଭିଯୋଗ ହେଉଛି ।
ଅନ୍ୟପଟେ ଗୁଣ୍ଡିଚାରେ ଶରଧା ବାଲିରେ ଦର୍ପଦଳନ, ନନ୍ଦିଘୋଷ ରଥ ନପହଂଚିବାକୁ ନେଇ ଚାଲିଛି କାରଣ ଖୋଜା । ରଥ ଟାଣିବା ବେଳେ ରଥ ଗଡିବା ଓ ରୋକିବା ପାଇଁ ବ୍ୟବହୃତ ପତାକା ଦେଖାଇବାକୁ ରଥ ଆଗରେ ଓ ରଥ ଉପରେ ଜେଟିପି, ପୁଲିସ ରହିଥାନ୍ତି । ସେହି ଅନୁସାରେ ପୁଲିସ ଡାକବାଜି ଜରିଆରେ ଘୋଷଣା ପରେ ରଥ ଗଡିଥାଏ ।
ରଥ କେଉଁଆଡକୁ ମୋଡ ନେବ, ପୁଲିସ ଡାକବାଜି ଜରିଆରେ ଘୋଷଣା କରିଥାନ୍ତି ଓ ସେହି ଦିଗକୁ ରଥ ଗଡିଥାଏ । କିନ୍ତୁ ପତାକା ଦେଖାଇବାରେ ସେତେଟା ତାଳମେଳ ରହିନଥିଲା ବୋଲି ଅଭିଯୋଗ ରହିଛି । ଯେଉଁଥିପାଇଁ ତିନି ରଥ ବାରମ୍ବାର ଡାହାଣ କୋଣ ମାଡି ଚାଲିଥିଲା । ଆଉ ରଥ ଗଡିବା ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

one × 4 =