ଖପ୍ରାଖୋଲ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

0 84

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ଭାବେ ଡି.ଏସ.ଏସ.ଓ ନବକିଶୋର ସାହୁ , ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା ପାଥର, ସଂଯୁକ୍ତା ମେହେର ଯୋଗଦେଇଥିଲେ । ଏହି ଅବସରରେ ଆୟୋଜିତ ଶିବିରରେ ବ୍ଲକର ୨୧ ଟି ପଞ୍ଚାୟତର ୬୩୩ ଜଣ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଜିକରଣ କରି ଥିଲେ । ଡା.ସୁମି ପୁରୋହିତ ( ଆପଥାମୋଲୋଜିଷ୍ଟ ), ଡ଼ା.ବାଦଲ ଏକକା ( ଅରଥୋପେଡିକ), ଡା.ରଞ୍ଜନ ଗୁରୁ ( ଇ.ଏନ୍‌.ଟି ) , ଡ଼ା.କମଳାକାନ୍ତ ସାହୁ ( ମେଡିସିନ) ପ୍ରମୁଖ ବିଶେଷଜ୍ଞ ଡାକ୍ତର ଯୋଗଦେଇ ଭିନ୍ନକ୍ଷମ ଚିହ୍ନଟ କରିଥିଲେ । ଓ.ଏଚ ବିଭାଗରେ ୧୮୫, ଏଚ.ଆଇ ବିଭାଗ – ୧୦୯, ଭି.ଆଇ ବିଭାଗ – ୫୯, ଏମ.ଆର ବିଭାଗ – ୧୧୮, ମେଡିସିନ ବିଭାଗ – ୩୦, ଏ.ଲିମ.କୋ ବିଭାଗ – ୧୦୨, ମୋବାଇଲ ମେଡି କେଆର ବିଭାଗ – ୩୦ ଜଣ ଭିନ୍ନକ୍ଷମ ଚିହ୍ନଟ ପାଇଁ ଆସିଥିଲେ । ଅନୁଷ୍ଠିତ ଶିବିରରେ ଭିନ୍ନକ୍ଷମଙ୍କ ବ୍ୟବହାର କରିବା ପାଇଁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ଓ କୋଭିଡ ଟିକା ମଧ୍ୟ ଦିଆଯାଇଥିଲା । ଶିବିରକୁ ବି.ଏସ.ଏସ ଓ କନିଷ୍କ ବିଭାର ପରିଚାଳନା କରିଥିବା ବେଳେ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ । ହେଲେ ପିଇବା ପାଣି ପ୍ରଶାସନ ଯୋଗାଇ ପାରିନ ଥିବା ଲୋକେ କହିଥିଲେ ଓ ଶେଷରେ ଭିନ୍ନକ୍ଷମ ମାନେ ପାଣି ବୋତଲ କିଣି ନିଜର ଶୋଷ ମେଣ୍ଟାଇ ଥିଲେ । ଲୋକଙ୍କ କହିବା ଅନୁସାରେ, କେତେକ ଗାଁର ଆଶା କର୍ମୀ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବା କିଛି ଘଣ୍ଟା ପୂର୍ବରୁ ଲୋକଙ୍କୁ ସୂଚନା ଦେଇଥିବାରୁ ଭିନ୍ନକ୍ଷମ ଫର୍ମ ଅନଲାଇନ କରିବାରେ ବିଳମ୍ବ ହେବା ଯୋଗୁଁ ଫର୍ମଟି ଅନୁଷ୍ଠିତ ଶିବିରରେ ଦେଇ ପାରି ନଥିବା କହିଥିଲେ ।

hiranchal ad1
Leave A Reply

Your email address will not be published.

two + 7 =