ମୁଣ୍ଡାପଡାରେ ଆମ ପୁଲିସ ସମିତିର ବୈଠକ

0 71

ଜହ୍ନାପଙ୍କ:ବୌଦ୍ଧ ଜିଲ୍ଲା ଆମ ପୁଲିସ ସମିତି ପକ୍ଷରୁ ବୌଦ୍ଧ ବ୍ଳକ ମୁଣ୍ଡାପଡା ପଂଚାୟତ ପରିସରରେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିଥିଭାବେ ମୁଣ୍ଡାପଡା ପୂର୍ବତନ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ଅବସରପ୍ରାପ୍ତ ସିଆରସିସି ପର୍ଶୁରାମ ପ୍ରଧାନ, ନାଏବ ସରପଞ୍ଚ ସୁମନ୍ତ ନାଏକ ଯୋଗଦେଇ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରଖି ବିଭିନ୍ନ ଘଟଣାରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । କୁସଂସ୍କାର, ଅନ୍ଧ ବିଶ୍ୱାସ, ନିଶା ନିବାରଣ, ଶିଶୁ ଶ୍ରମିକ, ନାରୀ ନିର୍ଯାତନା ଆଦି ବିଷୟରେ ସଚେତନ ହେବାକୁ ଶ୍ରୀ ନାଏକ ପରାମର୍ଶ ଦେଇଥିଲେ । ଆମ ପୁଲିସ ସମିତିର ସମ୍ପାଦକ ଆଦିତ୍ୟ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ । ସୁମନ୍ତ ନାଏକ ଧନ୍ୟବାଦ ଦେଇଥିଲେ । ଉକ୍ତ ବୈଠକରେ ଆମ ପୁଲିସ ସମିତିର ସଭ୍ୟ,ଅଞ୍ଚଳର ସ୍ୱେଚ୍ଛାସେବୀ ଯୁବକ, ୱାର୍ଡ ମେମ୍ବର ଏବଂ ବୌଦ୍ଧ ଆଦର୍ଶ ଥାନାର ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × two =