ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପ୍ରାଣୀ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ପ୍ରାଣୀ ଚିକିତ୍ସାଧିକାରୀ ପଦ ପୂରଣ ହୋଇଛି । ଏହି ପଦରେ ଡା. ମିଲିନ ରାଉତ ନୂତନ ଭାବରେ ଯୋଗ ଦେଇ ଖାଲି ସ୍ଥାନ ପୂରଣ କରିଛନ୍ତି । ଡା. ରାଉତ ଭୁବନେଶ୍ୱର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରୁ ୨୦୨୦ରେ ଗ୍ରାଜୁଏସନ ପାସ କରି ପ୍ରାଣୀ ପ୍ରଜନନ ବିଭାଗରେ ସ୍ନାତକ କରୁଥିଲେ ଏବଂ ଓ. ପି. ଏସ. ସି. ମାଧ୍ୟମରେ ସେ ପୁରୁଣାକଟକ ପ୍ରାଣୀ ଚିକିତ୍ସାଧିକାରୀ ଭାବର ଆଜି ନିଯୁକ୍ତି ହୋଇଛନ୍ତି । ସେ ଆମ ପୁରୁଣା କଟକ ଅଂଚଳ ଚାରିଛକ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ରାଉତଙ୍କ ସୁକନ୍ୟା ଓ ପୁରୁଣା କଟକ ଶିଶୁବିଦ୍ୟାମନ୍ଦିରର ପୁରାତନ ଛାତ୍ରୀ ଅଟନ୍ତି । ଆଜି ଡା. ମିଲିନଙ୍କ ସ୍ୱାଗତ ପାଇଁ ହରଭଙ୍ଗା ବିଡ଼ିଓ ରବୀନ୍ଦ୍ର କହଁର, ଗୋଷ୍ଠୀ କୃଷି ଅଧିକାରୀ ସବ୍ୟସାଚୀ ଦାସ, ଗୋଷ୍ଠି ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟିଙ୍କ ସହିତ, ଧଳପୁର ପ୍ରାଣୀ ନିରୀକ୍ଷକ ନାରାୟଣ ବାରିକ ଓ ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟର ସମସ୍ତ କର୍ମୀଚାରୀ ମାନେ ଉପସ୍ଥିତ ରହିଥିଲେ ।