ଖପ୍ରାଖୋଲ ଧନୁଯାତ୍ରା ମହୋତ୍ସବରେ କଂସ ଦରବାର, ଆକର୍ଷଣୀୟ ମିନା ବଜାର ଓ ଯାଦୁ ଖେଳରେ ପ୍ରବଳ ଭିଡ

0 79

ଖପ୍ରାଖୋଲ : ଖପ୍ରାଖୋଲ ଧନୁଯାତ୍ରା ମହୋତ୍ସବକୁ ଆକର୍ଷଣୀୟ କରିବା ନେଇ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସୁସଜ୍ଜିତ ମଞ୍ଚ, ରଙ୍ଗିନ ଆଲୋକମାଳା ସହିତ ସାଜସଜ୍ଜାରେ ମହୋତ୍ସବ ଅଞ୍ଚଳ ଝଳସି ଉଠୁଛି । ମହୋତ୍ସବ ଉପଳକ୍ଷେ କଂସ ଦରବାର ଅନୁଷ୍ଠିତ ହେଉଥିବା ବେଳେ ମିନାବଜାର, ଯାଦୁ ଖେଳ, ଯାତ୍ରା ସୂର୍ଯ୍ୟ ମହଲ ଓ ଫାଷ୍ଟଫୁଡ ମୁଖ୍ୟ ଆକର୍ଷଣ ପାଲଟିଛି । ପ୍ରତିଦିନ ମହାରାଜ କଂସ ମୁସଜ୍ଜିତ ରଥରେ ମଞ୍ଚ ନିକଟ ପହଞ୍ଚିବା ପରେ ବିରାଧୀ ବିରବର ପ୍ରବଳ ପ୍ରତାପି ତ୍ରିପୁର ବିଜୟୀ କଂସ ମହାରାଜାଙ୍କ ଜୟ ଧନୀରେ ସମଗ୍ର ଖପ୍ରାଖୋଲ ମଥୁରା ନଗରି ପ୍ରକମ୍ପିତ ହୋଇ ପଡିଥିଲା ବାହୁବଲେ କରିଅଛି ତ୍ରିଭୁବନ ଜୟ ..କଂସ ନାମ ଶୁଣିଲେ ଭୟଭିତ ହୁଅନ୍ତି ଦେବତାଗଣ , ସ୍ଥାପିଅଛି ସିଂ ହ୍ରାସ ନ ହିମଗିରି ସମ ଅଟଳ ନିଶ୍ଚଳ ମୋର ମଥୁରା କଟକ ,ଐରା ଭଳି ଦିଶେ ନାହିଁ ନେତ୍ର ମୋର ଚଉଦ ବ୍ରହ୍କାଣ୍ଡେ ସାମାନ୍ୟ କୃଷ୍ଣ ବଳରାମ କାହିଗଲ କାହି ଗଳ ଡାକ ସାଙ୍ଗକୁ କଂସ ମହାରାଜଙ୍କ ଅଟହାସ୍ୟରେ ମୁଖରିତ ହେଉଛି । ଉଗ୍ରେସନ ଗାଦିଚ୍ୟୁତ, ଦେବକି ଓ ବସୁଦେବକୁ ଅଷ୍ଟ ଶିକୁଳିରେ ବନ୍ଦି କରି କାରାଗାରରେ ରଖିବା, ଦେବକୀର ପ୍ରଥମ ସନ୍ତାନ ଜନ୍ମ ଏବଂ କଂସ ହାତରେ ନିଦୃଢ ଆଦି ଦୃଶ୍ୟ ହୃଦୟସ୍ପର୍ଶି ହୋଇଥିଲା । ପରେ ସୂର୍ଯ୍ୟ ମହଲ ଆପେରା ସହିତ ପଶ୍ଚିମଓଡିଶାର ଖ୍ୟାତନାମ ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କ କମେଡି ସୋ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା । ମହୋତ୍ସବ ସ୍ଥଳରେ ନାନା ରକମର ଦୋଳି ଖେଳ, ଠୁଙ୍କାପୁରି, ମିଲେଟ ମିଶନ ଦ୍ୱାରା ମାଣ୍ଡିଆ ପ୍ରସ୍ତୁତି ମିଠାର ଚାହିଦା ମଧ୍ୟ ଯାତ୍ରା ପଡିଆରେ ଦେଖିବାକୁ ମିଳୁଛି । ଖପ୍ରାଖୋଲ ଧନୁଯାତ୍ରା ମହୋତ୍ସବରେ ସେଲଫି ପଏଣ୍ଟରେ ଫଟୋ ଉଠାଇବା ପାଇଁ ଯୁବଗୋଷ୍ଠୀର ପ୍ରବଳ ଭିଡ଼ । ଖପ୍ରାଖୋଲ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ପରେ କଂସ ଦରବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସଭାପତି ବିନୟ ପଣ୍ଡା , ଉପ-ସଭାପତି ଡୋଲାମଣି ଷାଣ୍ଢ , ରଞ୍ଜନ ସାହୁ , ଅରଖିତ ସାହୁ , ଆଶିଷ ଭୋଇ , ସନ୍ତୋଷ ପଧାନ , ବାଦଲ ଦଣ୍ଡସେନା, ରାମପ୍ରସାଦ ସାହୁ , ପଦ୍ମନାଭ ପଧାନ, ବିନୋଦ ସାହୁ, ସତ୍ୟ ବାଗ, ଉଧବ ମେହେର, ଦିଲୀପ ଗଡ଼ତ୍ୟା, ମନୋଜ ଦଣ୍ଡସେନା, ରୋହିତ ଶଗଡ଼ିଆ, ଧନୁଯାତ୍ରା ସହଯୋଗକାରୀ ତେଜରାଜ ଦଣ୍ଡସେନା( ମାଁ ଡୁମେରତଲେନ ଟେଣ୍ଡହାଉସ ), ହରିବୋଳ ଦାସ, ରାଜୁ ବାରିକ, ଅନିଲ ସାହୁ , ସୁଶାନ୍ତ ପଧାନ, ଲଷ୍ମୀକାନ୍ତ ଦଣ୍ଡସେନା ଓ ଠଣ ସୁନ୍ଦର ସାହୁ ପ୍ରମୁଖ ମାଁ ଡୁମେରତଲେନ ଯୁବକ ସଂଘର ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − fifteen =