ବିଭିନ୍ନ ସମସ୍ୟା ନେଇ ଜନମଞ୍ଚ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ

0 71

ନବରଙ୍ଗପୁର :- ସଦର ମହକୁମାର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି ଜନମଞ୍ଚ । ମଞ୍ଚର ସଭାପତି ତଥା ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ଉଠେଇଛନ୍ତି । ପୌର ପରିଷଦ ଗଠନକୁ ବର୍ଷେ ପୂରିବାକୁ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୌରାଞ୍ଚଳରେ କୌଣସି ଆଖି ଦୃଶିଆ ଉନ୍ନୟନ କାର୍ଯ୍ୟ ହୋଇପାରି ନାହିଁ । ସହରର ମୁଖ୍ୟ ଦୈନିକ ବଜାର ଅବ୍ୟବସ୍ଥା ଘେରରେ ରହିଥିବାବେଳେ ସାଧାରଣ ଗ୍ରାହକ ମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ । କୃଷକ ବଜାର ନାମ କେବଳ ଫଳକରେ ସୀମିତ ଥିବାବେଳେ ଚାଷୀଙ୍କ ସ୍ୱାର୍ଥ ପାଇଁ ବ୍ୟବସ୍ଥା ନାହିଁ । ସେହିଭଳି କେଉଟ ସାହି ପଟୁ ଦୈନିକ ବଜାରକୁ ଯିବା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଥିବାବେଳେ ଦୈନନ୍ଦିନ ଟ୍ରାଫିକ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଯାନବାହାନ ଗହଳି ଯୋଗୁଁ ନୟାନ୍ତ ହେଉଥିବା ବେଳେ ଜରୁରୀ କାମରେ ଯାଉଥିବା ଯାନବାହନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଛନ୍ତି । ଏଣୁ ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ । ଆବଶ୍ୟକ ସ୍ଥଳେ ଏକ ନିର୍ଦ୍ଧିଷ୍ଟ ସମୟରେ ଯାନବାହାନ ଗୁଡିକୁ କେବଳ ଜଗନ୍ନାଥ ମନ୍ଦିର ଛକ ଠାରୁ ବଜାର ପର୍ଯ୍ୟନ୍ତ ଏକ ତରଫା ଯାତାୟତ ବ୍ୟବସ୍ଥା କରାଯାଉ । ସେହିଭଳି ପୌର ପ୍ରଶାସନ ଅଧୀନରେ ଥିବା ଏକ ମାତ୍ର ଶିଶୁ ଉଦ୍ୟାନ ବହୁ ଅନୁଦାନ ସତ୍ୱେ କାମରେ ଆସୁ ନାହିଁ । ଏହାର କାର୍ଯ୍ୟ ସଂପୂର୍ଣ୍ଣ କରାଯିବ ସହ ସାଧାରଣ ଲୋକଙ୍କ ବ୍ୟବହାର ଉପଯୋଗ ପାଇଁ ଖୋଲାଯାଉ ।
ସର୍ବ ପୁରାତନ ନବରଙ୍ଗପୁର ମହା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ କାର୍ଯ୍ୟକ୍ରମ ସୁପରିଚାଳନ ନିମନ୍ତେ ଅଲମିନୀ କମିଟି ଗଠନ କରାଯାଇଥିଲା । ସମାରୋହ ପାଇଁ ସମସ୍ତ ଆୟ ବ୍ୟୟ ଏହି କମିଟି ଜରିଆରେ କରା ଯାଉଥିଲା । ଏଥିପାଇଁ ଅନ ଲାଇନରେ ଆୟ ଓ ବ୍ୟୟ ବ୍ୟବସ୍ଥା କରାଯାଇଥିଲା । ତେବେ ସମାରୋହ ସରିବାର ଦୀର୍ଘ ଦିନ ପରେ ବି ସମସ୍ତ ଆୟ ଓ ବ୍ୟୟର ବିବରଣୀ ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଦିଆଯାଇ ପାରି ନାହିଁ । ଏଣୁ ସର୍ବ ସାଧାରଣ ପ୍ରଦତ୍ତ ଜମାରାଶି ଖର୍ଚ୍ଚର ସଠିକ ହିସାବ ବିବରଣୀ ସାର୍ବଜନୀନ କରାଯାଉ । ଆଲୁମିନି କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ଓ ବିହିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଜନମଞ୍ଚ ସଭାପତି ସୂର୍ଯ୍ୟ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =