ବନ ବିଭାଗ ପକ୍ଷରୁ ହରିଣ ଶାବକ ଉଦ୍ଧାର

0 69

ଗଞ୍ଜାମ:ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ସ୍ଥାନୀୟ ଭାବିନିପୁର ଗ୍ରାମରୁ ଏକ ହରିଣ ଶାବକକୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ହରିଣ ଛୁଆଟି ନିଜ ଗୋଷ୍ଠୀରୁ ଅଲଗା ହୋଇ ଗ୍ରାମ ନିକଟରେ ବୁଲୁଥିଲା । ଏହି ସମୟରେ କିଛି କୁକୁର ତାକୁ ଆକ୍ରମଣ କରୁଥିବାର ଦେଖି ଜଣେ ବ୍ୟକ୍ତି ତାକୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ । ଏହାପରେ ସେ ବ୍ରହ୍ମପୁର ବନ ବିଭାଗକୁ ଖବର ଦେଇଥିଲେ ଏବଂ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବନପାଳ ବାବୁ ସେଠୀଙ୍କ ନେତୃତ୍ୱରେ ଏକ ଟିମ ଉଦ୍ଧାର ପାଇଁ ଯାଇଥିଲେ । ଏହା ପରେ ହରିଣ ଛୁଆକୁ ଉଦ୍ଧାର କରି ବନ ବିଭାଗକୁ ଅଣା ଯାଇଥିଲା ଏବଂ ତାର ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ହରିଣ ଛୁଆଟି ସୁସ୍ଥ ଥିବା ପ୍ରାଣୀ ଚିକିତ୍ସା ଅଧିକାରୀ କହିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ବନରକ୍ଷୀ ନୀଳମାଧବ ଜେନା, କିଶୋର ପଣ୍ଡା, ଶ୍ରୀକାନ୍ତ ପଢ଼ିଆଲିଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ସାମିଲ ଥିଲେ । ବର୍ତ୍ତମାନ ହରିଣ ଛୁଆଟି ବନ ବିଭାଗ କାର୍ଯ୍ୟାଳୟରେ ରହିଥିବା ବେଳେ ତାକୁ ପରବର୍ତ୍ତୀ ସମୟରେ ସଂରକ୍ଷିତ ଜଙ୍ଗଳରେ ଛଡାଯିବ ବୋଲି ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

13 + twelve =