ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ୍‌)ଆନ୍ଦୋଳନ ପାଇଁ ସଜବାଜ

0 342

ଜହ୍ନାପଙ୍କ : ବୌଦ୍ଧ ବ୍ଲକ (ଏନପିଏସ୍‌)ସାଧାରଣ ବୈଠକ ରାଜ୍ୟ ସଂଘ ଉପସଭାପତି ଶମ୍ଭୁ ଗିରିଙ୍କ ଅଧ୍ୟକ୍ଷତାରେ ଗାୟତ୍ରୀ ପ୍ରଜ୍ଞା ପୀଠ ଜହ୍ନାପଙ୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମିଳିତ ଶିକ୍ଷକ ସଂଘର ଉପଦେଷ୍ଟା ଗୌରୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦାବି ହାସଲ କରିବାକୁ ହେଲେ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ । ଆରମ୍ଭରେ ବ୍ଲକ ସମ୍ପାଦକ ପ୍ରତାପ କୁମାର ବେହେରା ପୂର୍ବ ବୈଠକ ବିବରଣୀ ପାଠ କରି ଆଜିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷା ସହାୟକ ଅବଧିକୁ ମୂଳ ଚାକିରୀରେ ଗଣନା ସହ ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ,୨୮୦୦ ଗ୍ରେଡ଼ ପେ ପ୍ରଦାନ, ବ୍ଲକରେ ସମୟାନୁସାରେ ପଦୋନ୍ନତି ପ୍ରଦାନ ସମ୍ପର୍କ ରେ ଆଲୋଚନା କରାଯାଇଥିଲା । ସରକାର ଯଦି ଉପରୋକ୍ତ ଦାବିଗୁଡିକ ତୁରନ୍ତ ମାନି ନ ନିଅନ୍ତି ଆଗାମୀ ଦିନରେ ଜ଼ିଲ୍ଲା ଓ ରାଜ୍ୟ ସ୍ତରରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ବାମଦେବ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କର୍ମକର୍ତ୍ତା ଚୟନ କରାଯାଇଥିଲା । ବୌଦ୍ଧ ବ୍ଲକ ସଂଘ ସଭାପତି ଭାବେ ରାଜକୁମାର ପ୍ରଧାନ, ଉପସଭାପତି ପ୍ରତାପ କୁମାର ବେହେରା, ସମ୍ପାଦକ ଉତ୍ତମ ନାଏକ, ସହ-ସମ୍ପାଦକ ଶରତ ପ୍ରଧାନ, କୋଷାଧକ୍ଷ ସୁଶାନ୍ତ କୁମାର ପଣ୍ଡା, ମିଡ଼ିଆ ସଂଯୋଜକ ଶବର ସେଠି ଓ ଶାନ୍ତନୁ ମିର୍ଦ୍ଧାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଏଥିସହ କାର୍ଯ୍ୟକାରୀ ସଭ୍ୟସଭ୍ୟା ରୂପେ ଦୁର୍ଗା ଶଙ୍କର ପରିଜା, ସଚ୍ଚିଦାନନ୍ଦ ମହାକୁଡ଼, ପଙ୍କଜ ଘାଣ୍ଟୁଆଲ, ସନତ ବାରିକ, ସୌମିତ୍ରୀ କର୍ଣ୍ଣ, ରଂଜିତା ମିଶ୍ର, ରେଣୁପ୍ରଭା ବେହେରା, ମମତା ବେରିହା, ବିଜୟିନୀ ପାତ୍ରଙ୍କୁ ମନୋନୀତ କରାଗଲା । କମିଟିର ଉପଦେଷ୍ଟା ରୂପେ ଗୌରୀ ପ୍ରସାଦ ସାହୁ, ଶମ୍ଭୁ ଗିରି ଓ ହୃଦାନନ୍ଦ ପ୍ରଧାନଙ୍କୁ ମନୋନୀତ କରାଗଲା । ଖୁବ ଶୀଘ୍ର ଆଞ୍ଚଳିକ ସ୍ତରରେ ବୈଠକ ଆୟୋଜନ କରି ସଂଯୋଜକ ମନୋନୀତ କରିବାକୁ ନିଷ୍ପତ୍ତି ନିଆଗଲା । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜ଼ିଲ୍ଲା ସଂଘ ସମ୍ପାଦକ ମହେଶ କୁମାର ସେଠି, ଉପସଭାପତି ବସନ୍ତ କୁମାର ବିଶ୍ୱାଳ, ହରଭଙ୍ଗା ବ୍ଲକ କୋଷାଧକ୍ଷ ପ୍ରସନ୍ନ ଭୋକ୍ତା ତଥା ଅନ୍ୟାନ୍ୟ ସଦସ୍ୟ ନିରଞ୍ଜନ ମେହେର, ଦେବେନ୍ଦ୍ର ହାତୀ, ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ସଂଗଠନକୁ ମଜଭୁତ କରି ଯଥା ଶୀଘ୍ର ଆନ୍ଦୋଳନ କରିବାକୁ ମତପୋଷଣ କରିଥିଲେ । ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ରାଜ୍ୟ ସଂଘ ଉପ -ସଭାପତି ଶମ୍ଭୁ ଗିରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ । ସାଧାରଣ ବୈଠକରେ ବ୍ଲକର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

9 − 1 =