ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

0 83

ସୁବର୍ଣ୍ଣପୁର: ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସୁବର୍ଣପୁର ମିଳିତ ସହଯୋଗରେ ଜିଲ୍ଲା ନିୟୋଜନ ବିଭାଗ ଆନୁକୁଲ୍ୟରେ ଆଜି ସଦର ମହକୁମା ସ୍ଥିତ ଟାଉନ୍‌ ହଲ୍‌ ଠାରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ ଅଧିକାରୀ ସଂଜୁ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍‌ ମିଞ୍ଜ୍‌ ମୁଖ୍ୟ ଅତିଥି ଭାବରେ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ନିଯୁକ୍ତି ମେଳାରେ ରାଜ୍ୟ ଭିତର ଏବଂ ରାଜ୍ୟ ବାହାରର ବିଭିନ୍ନ ୧୯ ଟି ସ୍ୱନାମଧନ୍ୟ ନିଯୁକ୍ତି ପ୍ରଦାନ କାରୀ ସଂସ୍ଥା ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ସମସ୍ତ ଛଅଟି ବ୍ଲକରୁ ସହସ୍ରାଧିକ ଯୁବକ ଯୁବତୀ ଏହି ମେଳାରେ ନାମ ପଞ୍ଜୀକରଣ କରି ବିଭିନ୍ନ ମନପସନ୍ଦ ସଂସ୍ଥା ରେ ଯୋଗ ଦେବା ପାଇଁ ପଦକ୍ଷେପ ନେଇଥିଲେ । ଆଜି ଏହି ନିଯୁକ୍ତି ମେଳାରେ ସମୁଦାୟ ୭୯୧ଜଣ ଯୁବକ ଯୁବତୀ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ବିଶେଷ ଭାବେ Worry free technologyରେ ସର୍ବାଧିକ ୧୩୧ ଜଣ ଦ୍ୱିତୀୟରେ Care vision private limited ରେ ୯୯ ଜଣ, ଜନ କଲ୍ୟାଣୀ ଫାଉଣ୍ଡେସନ ରେ ୯୯ ଜଣ ଏବଂ Vedamata Groups pvt ltd ରେ ୯୪ ଜଣ ନାମ ପଞ୍ଜୀକୃତ କରିଥିଲେ । ସେହିପରି ଟାଟା ମୋଟର୍ସ ରେ ୨୭ ଜଣ ଏବଂ ଜିଓ ଫାଇବର ରେ ୫୫ ଜଣ ଯୁବା ପଂଜିକୃତ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ହୋଇ ରହିଥିବା ନିଯୁକ୍ତି ମେଳା ଏହି ବର୍ଷ ଅନୁଷ୍ଠିତ ହୋଇଥିବା ଯୋଗୁଁ ବହୁ ସଂଖ୍ୟାରେ ଯୁବା ବର୍ଗ ଆଗ୍ରହ ସହକାରେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ସଞ୍ଜୁ ସାହୁ ସ୍ୱାଗତ ଅବିଭାଷଣ ପ୍ରଦାନ ପୂର୍ବକ ସଭାର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଯୁବାବର୍ଗଙ୍କୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସଭାକୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen + six =