ସ୍ୱତନ୍ତ୍ର କୋଶଲ ପ୍ରଦେଶ ଗଠନ ପାଇଁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

0 102

ସମ୍ବଲପୁର: କୋଶଲ ରାଜ୍ୟ ଗଠନ ଦାବିରେ ଆଜି ଏକ ଶୋଭାଯାତ୍ରା ଓ ପରିଶେଷରେ ଏଠାକାର ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପଶ୍ଚିମ ଓଡିଶାର ଚାରୋଟି ସ୍ଥାନରେ ପୂର୍ବ ଓଡିଶାକୁ ସଂଯୋଗ କରୁଥିବା ରାଜରାସ୍ତାକୁ କୋଶଲ ସଂଗଠନ ଗୁଡ଼ିକ ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯିବା ସହିତ ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଅଫିସକୁ ଘେରାଉ କରାଯାଇଥିଲା । ବିଗତ ୫ ଜୁଲାଇ ଦିନ ରାଜଧାନୀ ଭୁବନେଶ୍ୱରରେ ବିଧାନସଭା ଘେରାଉ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନ ଭିତ୍ତିରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ବିଧାନସଭାରେ ପ୍ରସ୍ତାବ ଆଣିବା ପାଇଁ ଦାବି କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି କୋଶଲ ସେନା ପକ୍ଷରୁ ସମ୍ବଲପୁରରେ ଏକ ରାଲି କରାଯିବା ସହିତ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ପରେ ରାଜସ୍ୱ ଆୟୁକ୍ତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ରାଲି ଧନୁପାଳିରୁ ବାହାରି ଗୋବିନ୍ଦତୋଳା, ଜେଲ ଛକ, ମୁନିସିପାଳିଟି ଛକ ଦେଇ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏପର୍ଯ୍ୟନ୍ତ କୋଶଲର ଦୁଇ କୋଟି ଲୋକ ମରି ନାହାନ୍ତି ଓ ଜୀବିତ ଅଛନ୍ତି ବୋଲି ଜଣାଇବାକୁ ଏକ ନିଆରା ଢଙ୍ଗ କ୍ରମେ ଶୋଭାଯାତ୍ରାରେ ଏକ କୋକେଇରେ ଆସି କୋଶଲ ସେନାର ଅର୍ପଣ ଦାସ ଉଠି ବସି ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି କୋଶଲ ମୁକ୍ତି ମୋର୍ଚ୍ଚା, କୋଶଲ ସେନା ପ୍ରଭୃତି ସଂଗଠନର କୋଶଲ କର୍ମୀମାନେ ସମ୍ବଲପୁରର ମୋଚିବହଲ, ରାଉରକେଲା, ବୌଦ୍ଧ, ଭବାନୀପାଟଣାରେ ରାଜପଥ ଅବରୋଧ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 1 =