ଦଶପଲ୍ଲା : – ଗଣିଆର ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତିକୁ ନେଇ ବିକାଶ କୁମାରଙ୍କ ଦ୍ୱାରା ରଚିତ ତଥା ମଣିଭଦ୍ରା ଖବରର ପ୍ରଥମ ଅବଦାନ “ମୋ ଗଣିଆ’ ସଙ୍ଗୀତ ଉନ୍ମୋଚିତ ହୋଇଯାଇଛି । ରଘୁନାଥ ଜୀଉ ମନ୍ଦିରରେ ଉନ୍ମୋଚନ ଉତ୍ସବରେ ପଦ୍ମଶ୍ରୀ ବାବା ବଳିଆ ଯୋଗଦେଇ ଆନୁଷ୍ଠାନିକ ଭାବେ ମୋ ଗଣିଆ ସଙ୍ଗୀତକୁ ଉନ୍ମୋଚନ କରିଥିଲେ । ଏହି ସଙ୍ଗୀତଟିକୁ ଲକ୍ଷ୍ମୀପ୍ରସାଦ ମହାପାତ୍ର ସ୍ୱରରେ ସଜାଇଥିବା ବେଳେ କଣ୍ଠଦାନ କରିଛନ୍ତି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ରବିନ୍ଦ୍ର କୁମାର ମହାପାତ୍ର, ଚମେଲୀ, ଲକ୍ଷ୍ମୀପ୍ରସାଦ ଏବଂ ପିଣ୍ଟୁ । ମଣିଭଦ୍ରା ଖବରର ପ୍ରଥମ ଅବଦାନ ତଥା ମୁଖ୍ୟ ସମ୍ପାଦକ ଦେବୀ ପ୍ରସାଦ ଦାଶଙ୍କ ଏଭଳି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା କରାଯାଇଛି । ସଙ୍ଗୀତଟିର ଓଡିଓ ବାଜିବା ପରେ ଉପସ୍ଥିତ ଜନସାଧାରଣ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ଗୀତଟି ଅତ୍ୟନ୍ତ ସ୍ମୃତି ମଧୁର ହୋଇଥିବା ବାବା ବଳିଆ ପ୍ରକାଶ କରିଥିଲେ । ଖୁବଶୀଘ୍ର ଏହାର ଭିଡିଓ ରିଲିଜ ହେବ ବୋଲି ମଣିଭଦ୍ରା ଖବରର ମୁଖ୍ୟ ସମ୍ପାଦକ ଦେବୀ ପ୍ରସାଦ ଦାଶ ଜଣାଇଛନ୍ତି । ଦୀର୍ଘ ଦିନ ଧରି ଗଣିଆକୁ ନେଇ ଗୋଟିଏ ଗୀତ ଲେଖିବାକୁ ଯେଉଁ ଆଶା ରଖିଥିଲି ତାହା ସଫଳ ହୋଇ ପାରିଛି ବୋଲି ସେ ପ୍ରକାଶ କରିଛନ୍ତି । ମଣିଭଦ୍ରା ଖବର ଏଭଳି ଆଗକୁ ଆହୁରି ନୂଆ ନୂଆ ସଙ୍ଗୀତ ରଚନା କରି ଦର୍ଶକମାନଙ୍କ ମନୋରଞ୍ଜନ କରୁ ବୋଲି ବାବା ମତବ୍ୟକ୍ତ କରିଥିଲେ ।