ଶ୍ରାବଣର ତୃତୀୟ ସୋମବାରରେ ଲୋକନାଥଙ୍କ ପୀଠରେ କାଉଡିଆଙ୍କ ଭିଡ

0 108

ପୁରୀ : ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରିବା ପାଇଁ ପ୍ରବଳ କାଉଡିଆଙ୍କ ଭିଡ ଜମିଥିବା ବେଳେ ପୁରୀର ପ୍ରସିଦ୍ଧ ଲୋକନାଥଙ୍କ ମନ୍ଦିରରେ ଗତକାଲି ରାତିରୁ ଭିଡ ସହ ଲମ୍ବାଲାଇନ୍‌ ଦେଖିବାକୁ ମିଳିଥିଲା । ଗତକାଲି ମଧ୍ୟରାତ୍ରରେ ଲୋକନାଥଙ୍କ ମନ୍ଦିରର ଦ୍ୱାର ଫିଟିବା ପରେ ନୀତିକାନ୍ତି ବଢି ରାତି ପ୍ରାୟ ୧୨ଟାରୁ ୧୨.୩୦ ମଧ୍ୟରେ ଜଳଲାଗି ଆରମ୍ଭ ହୋଇଥିଲା । ପ୍ରଶାସନ ଦ୍ୱାରା ସ୍ଥିରିକୃତ ହୋଇଥିବା ୨୦ ଟଙ୍କା ମୂଲ୍ୟର ଟିକେଟ ଦେଖାଇ କାଉଡିଆମାନେ ମନ୍ଦିରର ରୋଷଶାଳା ପଛପଟ ଦ୍ୱାର ଦେଇ ପ୍ରବେଶ କରିଥିଲେ ।

hiring

ବିଶ୍ୱାସ ରହିଛି ବାବା ଲୋକନାଥଙ୍କ ନିକଟରେ ଜଳଲାଗି କଲେ ମାନସିକ ଓ ମନସ୍କାମନା ପୂରଣ ହୋଇଥାଏ । ସେହି ବିଶ୍ୱାସକୁ ଆଧାର କରି ହଜାରହଜାର କାଉଡିଆ ବିଭିନ୍ନ ନଦୀରୁ ପାଣି ଉଠାଇ ଚାଲିଚାଲି ଲୋକନାଥଙ୍କ ମନ୍ଦିରରେ ପହଞ୍ଚି ଶୃଙ୍ଖଳିତ ଭାବେ ବ୍ୟାରିକେଡରେ ଯାଇ ଜଳଲାଗି କରିଥିଲେ । ସେପଟେ ଦୀର୍ଘ ଦୁଇବର୍ଷ ପରେ ଲୋକନାଥଙ୍କ ମନ୍ଦିରରେ କାଉଡିଆମାନେ ଜଳଲାଗି କରିଥିବାରୁ ବେଶ୍‌ ଖୁସି ପ୍ରକଟ କରିବା ସହ ଆସନ୍ତାବର୍ଷ ପୁର୍ନବାର ପୁରୀ ଲୋକନାଥଙ୍କ ମନ୍ଦିରକୁ ଜଳଲାଗି କରିବାକୁ ଆସିବେ ବୋଲି କହିଛନ୍ତି । ଅନ୍ୟପଟେ କିଛି କାଉଡିଆ ପ୍ରଶାସନର ସମସ୍ତ ବ୍ୟବସ୍ଥାବଳୀକୁ ସ୍ୱାଗତ କରିଥିବା ବେଳେ ଆଉକିଛି ମହିଳା କାଉଡିଆ ମନ୍ଦିର ସେବକ ମାନଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × 5 =