ପାଟଣାଗଡ଼ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ

0 54

ପାଟଣାଗଡ଼ : ପାଟଣାଗଡ଼ ସିଭିଲ କୋର୍ଟ ପରିସରରେ ଜାତୀୟ ସମ୍ବିଧାନ ଦିବସ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ତାଲୁକ ଆଇନ ସେବା ସହାୟତା ସମିତିର ଅଧ୍ୟକ୍ଷା ଶ୍ୱେତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟ ପ୍ରାରମ୍ଭରେ ସମ୍ବିଧାନ ପ୍ରଣେତା ଡ଼ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରସ୍ତାବନା କରାଯାଇଥିଲା । ସମ୍ବିଧାନ ପ୍ରଣେତା ଡ଼ ଭୀମ ରାଓ ଆମ୍ବେଦରଙ୍କୁ ମନେପକାଇ ମୁଖ୍ୟବକ୍ତା ଆଇନଜୀବୀ ଆଶିଷ କୁମାର ଚନ୍ଦନ ସମ୍ବିଧାନରେ ଥିବା ପ୍ରସ୍ତାବନା ଉପରେ ସମ୍ବିଧାନର ସମସ୍ତ ସାର ଦର୍ଶନ ଅନ୍ତର୍ନିହିତ ହୋଇଅଛି ବୋଲି କହିବା ସହ ତାଙ୍କ ନୀତି ଆଦର୍ଶ ଓ ଅଧିକାର ସହ କନଷ୍ଟିଚ୍ୟୁଏଣ୍ଟ ଆସେମ୍ଲିରେ ହୋଇଥିବା ଚର୍ଚ୍ଚା ସାର୍ବଜନିନ କରାଗଲେ ବିଶେଷ କରି ଯୁବ ସମାଜ ଉପକୃତ ହେବେ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ ବକ୍ତା ଆଇନଜୀବୀ ଶ୍ରୀମତ କୁମାର ପାଣିଗ୍ରାହୀ ତାଙ୍କର ବକ୍ତବ୍ୟରେ ନ୍ୟାୟିକ ପ୍ରଣାଳୀରେ ସମ୍ମିଧାନ ବିଷୟ ଉପରେ ଆଲୋଚନା କରିଥିଲେ ।ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀମତୀ ମିଶ୍ର ସମ୍ବିଧାନ ପ୍ରଣୟନ ତଥା ସମ୍ବିଧାନର ପ୍ରତ୍ୟେକ ଦିଗର ଦୂରୂପଯୋଗ ହେବା ଉଚିତ ନୁହେଁ ବୋଲି କହିଥିଲେ । ଆଇନୀଜୀବୀ ଭକ୍ତ ରାମ ବାଗ ମୌଳିକ ଅଧିକାର ଏବଂ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଆଇନଜିବୀ ଶ୍ରୀବାଗ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲାଦୌରା ଜଜ ଶ୍ରୀମତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty + 7 =