ଡକାୟତଙ୍କଠାରୁ ଉଦ୍ଧାର ଟଙ୍କା ପ୍ରକୃତ ମାଲିକଙ୍କୁ ଫେରାଇଲା ପୁଲିସ

0 61

ସମ୍ବଲପୁର: ସ୍ଥାନୀୟ ଟାଉନ ଥାନା ଅଞ୍ଚଳରେ ପୂର୍ବରୁ ଘଟିତ ଏକ ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳତା ପାଇଛି । ଏବିଷୟରେ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ବାଟୁଲା ଗଙ୍ଗାଧର ଏହା ଜଣାଇଛନ୍ତି । ଗହନ ଅନୁସନ୍ଧାନ ପରେ ଉକ୍ତ ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ କୁ ଗତଦିନ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସିକାଠାରେ ଧରାଯାଇ ଏଠାକୁ ଅଣାଯାଇଛି । ଉକ୍ତ ଅଭିଯୁକ୍ତଙ୍କ ଠାରୁ ୯ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି, ଯଦିଓ ଏହି ଘଟଣାରେ ୧୧ ଲକ୍ଷ ଟଙ୍କା ଲୁଟ ହୋଇଥିବା ବିଷୟରେ ଅଭିଯୋଗ କରାଯାଇଛି । ଏହି ଉଦ୍ଧାର କରାଯାଇଥିବା ଟଙ୍କା ଏହାର ପ୍ରକୃତ ମାଲିକଙ୍କୁ ପୁଲିସ ଫେରାଇ ଦେଇଥିବା ଜଣାପଡିଛି । ଏବିଷୟରେ ଆଗକୁ ଅନୁସନ୍ଧାନ ଜାରି ରହିଥିବା ସହ ଗିରଫ ଅଭିଯୁକ୍ତଙ୍କ ପଚରାଉଚରା ମଧ୍ୟ କରାଯାଉଛି । ଏହି ଡକାୟତି ଘଟଣାର ବାକି ଟଙ୍କା ଉଦ୍ଧାର ପାଇଁ ପ୍ରଚେଷ୍ଟା କରାଯାଉଛି । ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କ ସନ୍ଧାନ ମଧ୍ୟ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

five + 11 =