ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0 79

ସୁବର୍ଣ୍ଣପୁର: ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ଗାଡି ମାଲିକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସହରରେ ଚାଲୁଥିବା ଟ୍ରାକ୍ଟର ଗୁଡିକ ବାଲି, ମେଟାଲ, ମୋରମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଥିବା ବେଳେ ରାଜସ୍ୱ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମାତ୍ରାଧିକ ସରକାରୀ ଫାଇନ ଆଦାୟ କରୁଥିବା ଅଭିଯୋଗ ହେଉଛି । ସରକାରୀ ବାଲି ଘାଟରୁ ବାଲି ଆଣିଲେ ବି ଘାଟ ଠିକାଦାର ରୟାଲଟି ଟଙ୍କା ଆଦାୟ କରି ଆବଶ୍ୟକ କାଗଜପତ୍ର ଦେଉ ନ ଥିବା ବେଳେ ରାଜସ୍ୱ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମନଇଚ୍ଛା ଫାଇନ ଆଦାୟ କରୁଛନ୍ତି । ପ୍ରଶାସନକୁ ବାରମ୍ବାର ବାଲି ଘାଟ ଠିକାଦାର ଆବଶ୍ୟକ ରୟାଲଟି ରସିଦ ଦେବା ପାଇଁ ଲିଖିତ ଭାବେ ଜଣାଇଥିଲେ ବି ନା ଠିକାଦାର ଶୁଣୁୁଛି ନା ପ୍ରଶାସନ ଶୁଣୁଥିବା ଅଭିିଯୋଗ ହୋଇଛି । ତେବେ ସରକାରୀ କୋଠା ନିର୍ମାଣ ପାଇଁ ବି ବାଲି ଆଣୁଥିଲେ ସେହି ଗାଡି ପାଖରୁ ବି ଫାଇନ ଆଦାୟ କରାଯାଉଛି । ତେବେ ତୁରନ୍ତ ଏହାର ସମାଧାନ କରିବା ପାଇଁ ଟ୍ରାକ୍ଟର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଭାବେ ଦାବି ଜଣାଇଛନ୍ତି । ସେହିପରି ସଂଘ ପକ୍ଷରୁ ବିଧାନସଭାର କଂଗ୍ରେସ ଦଳ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ଏହାର ସମାଧାନ ନ କଲେ ଆଗାମୀ ୧୩ ଅଗଷ୍ଟରୁ ଟ୍ରାକ୍ଟର ସଂଘ ପକ୍ଷରୁ ଦୁର୍ବାର ଆନ୍ଦୋଳନ କରିବା ସହିତ ଗାଡିବନ୍ଦ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − three =