ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଜାଗୃତି’ର ୪୧ତମ ସ୍ୱନକ୍ଷତ୍ର ଦିବସ

0 105

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଜାଗୃତି’ ଆଜି ତାର ୪୧ ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ କରିଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସମାରୋହରେ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ବିଡ଼ିଓ ଗଦାଧର ପାତ୍ର , ବିଇଓ ରସାନନ୍ଦ କର, ଜାଗୃତି ସଭାପତି ଡ଼ଃ ପି.ଏସ.ଏନ ରାଓ, ଉପସଭାପତି ମର୍ସି ଆଲବର୍ଟ, ସ୍ୱାତି ଅନୁଷ୍ଠାନର ସମ୍ପାଦକ ଇଂ. ହରିଶଙ୍କର ରାଉତ, ଅଶୋକ ପରିଡା, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଜାଗୃତି ଅନୁଷ୍ଠାନ ୧୯୮୨ ମସିହା ନଭେମ୍ବର ୧୫ ତାରିଖ ଦିନ ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ହେବା ପରଠାରୁ କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଦାରିଙ୍ଗବାଡ଼ି ବ୍ଲକ ସମେତ ଅନ୍ୟ ବ୍ଲକର ଉପାନ୍ତ ଅଞ୍ଚଳ ଗୁଡିକରେ ବିଭିନ୍ନ ଘାତ ପ୍ରତିଘାତ ସହ୍ୟ କରି ଗୋଷ୍ଠି ଭିତ୍ତିକ ଶିକ୍ଷା, ସ୍ୱାସ୍ଥ୍ୟ, ଲୋକ ସଂଗଠନ, ପ୍ରାକୃତିକ ସମ୍ବଳର ସୁବିନିଯୋଗ, ଅନ୍ଧବିଶ୍ୱାସ ଦୂରୀକରଣ, ଗ୍ରାମାଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତଙ୍କୁ ସହଯୋଗ, ନିଶାନିବାରଣ , କୋରନା ସମୟରେ ଜନସଚେତନା ଭଳି ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ମିଲେଟ୍‌ ମିଶନ କାର୍ଯ୍ୟ ହାତକୁ ନେଇ ଅଧିକ ମାତ୍ରାରେ ମାଣ୍ଡିଆ ଚାଷ କରିବାକୁ ଚାଷୀଙ୍କୁ ଉତ୍ସାହିତ କରିବା ଆଦି କାର୍ଯ୍ୟ କରୁଛନ୍ତି । ଉପସ୍ଥିତ ଅତିଥି ମାନେ ନିଜ ନିଜ ଅନୁଭୂତି ଓ ଅନୁଷ୍ଠାନର ପ୍ରଶଂସନୀୟ କାର୍ଯ୍ୟକୁ ନେଇ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଏବଂ ଅନୁଷ୍ଠାନ ସହ ଯୋଡ଼ି ହୋଇ କାର୍ଯ୍ୟ କରୁଥିବା ଲୋକଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

18 − 17 =