ଓଲଟିଲା କାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ସାଥୀ

0 245

ଫୁଲବାଣୀ/ଖଜୁରୀପଡ଼ା: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ସମ୍ବରଡେଗା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା କାର । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଚାଳକ ଓ ସାଥୀ । ସୂଚନା ଅନୁଯାୟୀ ଫୁଲବାଣୀ ଅଭିମୁଖେ ଯାଉଥିବା କାର ଓ ଡି ୩୩ ଡବ୍ଲ୍ୟୁ ୧୨୪୬ ସମ୍ବରଡେଗା ବୁଲାଣି ରାସ୍ତାରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା ଫଳରେ ଗୁରୁତର ଦୁର୍ଘଟଣାରୁ ବର୍ତ୍ତିଗଲେ ଚାଳକ ଓ ସାଥି । ଖଜୁରୀପଡ଼ା ଥାନାରେ କାର୍ଯ୍ୟରତ ଦୁତିମେଣ୍ଡି ପଞ୍ଚାୟତର ସ୍ଥାନୀୟ ହୋମଗାର୍ଡ କର୍ମଚାରୀ ପ୍ରକାଶ ସେଠି ( ମୁନ୍ନା ) ଘଟଣା ସ୍ଥଳରେ ପହଞ୍ଚି ଖଜୁରୀପଡ଼ା ଥାନା ଭାରପ୍ରାପ୍ତ ଅଧିକାରିଣୀ ଗେଲି କୁମାରୀ ସାହୁଙ୍କୁ ଫୋନ ଯୋଗେ ଜଣେଇଥିଲେ । ସେ ଖବର ପାଇ ଖଜୁରିପଡ଼ା ଥାନା ଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଏହି ସମ୍ବର୍ଡେଗା ଛକ ବୁଲାଣି ନିକଟରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଅନେକ ଲୋକ ମୃତ୍ୟୁ ମୁଖକୁ ଯାଇଥିବା ବେଳେ ଏହି ସ୍ଥାନରେ ଜିଲ୍ଲା ପ୍ରଶାସନ ତରଫରୁ ଚାରୋଟି ହମ୍ପସ କରାଗଲେ ଗାଡ଼ି ଚାଳକ ଓ ଜନ ସାଧାରଣ ସୁରକ୍ଷିତ ଭାବେ ଯାତାୟତ କରିପାରନ୍ତେ ବୋଲି ଦୁତିମେଣ୍ଡି ଉକ୍ରଳମଣି ଯୁବକ ସଂଘର ସଭାପତି ଓ ସମ୍ପାଦକଙ୍କ ସମେତ ଅଞ୍ଚଳବାସୀ ଦାବି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + one =