ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗଦଳର ମହାସଂକଳ୍ପ ସମାରୋହ

0 123

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗଦଳର ମହାସଂକଳ୍ପ ସମାରୋହ ଉମରକୋଟସ୍ଥ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହେଉଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଆଜିର ଯୁବମାନସ ରାଷ୍ଟ୍ରାଭିମୁଖୀ ହେଲେ ଭାରତ ବିକଶିତ ଓ ଅଖଣ୍ଡ ଆଧ୍ୟାତ୍ମ ଭୂମିରେ ପରିଣତ ହେବ । ମୁଖ୍ୟ ବକ୍ତା ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଶାସନିକ ସର୍ବେଶ୍ୱର ତ୍ରିପାଠୀ ପ୍ରମୁଖ ବଜରଙ୍ଗୀମାନଙ୍କୁ କ୍ଷାତ୍ର ଶକ୍ତିର ପରାଭବ ଓ ଅହିଂସାର କଦର୍ଥ ତଥା ତଦଜନିତ ଦୁଷ୍ପ୍ରୟୋଗ କାରଣରୁ ଭାରତୀୟ ଜୀବନ ଦର୍ଶନ କିପରି ଧ୍ୱଂସମୁଖୀ ଓ ବିକଳାଙ୍ଗ ହୋଇଛି ତାହାର ଅବଧାରଣା କରିଥିଲେ । ଆଗାମୀ ଦିନରେ ହିନ୍ଦୁ ଶକ୍ତିଶାଳୀ ହେବା ସହ ଅରାଷ୍ଟ୍ରୀୟ ଶକ୍ତିକୁ ଦୃଢ ଜବାବ ଦେବାକୁ ଶାସ୍ତ୍ର ସହ ଶସ୍ତ୍ର ଧାରଣ କରିବ ବୋଲି ଅନ୍ୟତମ ବକ୍ତା ସତ୍ୟବ୍ରତ ସାମଲ ଦୃଢୋକ୍ତି ବାଢିଥିଲେ । ସଭାର ଅନ୍ୟତମ ଅତିଥି ଗୌତମ ସାମନ୍ତରାୟ ଚଳଚ୍ଚ଼ିତ୍ର ଓ ଗଣମାଧ୍ୟମରେ ଭାରତୀୟତାକୁ କିପରି ହନନ କରାଯାଉଛି, ସେ ନେଇ କ୍ଷୋଭ ପ୍ରକାଶ କରିଥିଲେ । ହିନ୍ଦୁ ମହାସଭାର ଅଧ୍ୟକ୍ଷ ଜୟନ୍ତ ପାତ୍ର ଅବାଧ ଧର୍ମାନ୍ତରୀକରଣ ଓ ଅରାଷ୍ଟ୍ରୀୟ ଗତିବିଧି ଉପରେ କୁଠାରାଘାତ କରିଥିଲେ । ଜିଲ୍ଲା ଉପସଭାପତି ଆନନ୍ଦ ରାଓ ସଭାପତିତ୍ୱ କରିଥିଲାବେଳେ ପ୍ରାନ୍ତ ଉପସଭାପତି ସୁନୀଲ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ସଭାସଂକଳ୍ପ ପରେ ଜିଲ୍ଲା ବଜରଙ୍ଗ ସଂଯୋଜକ ମହେଶ ନାୟକ, ସହ ସଂଯୋଜକ ସନ୍ତୋଷ ଜେନା, ନଗର ସଂପାଦକ ଅଶୋକ ପାତ୍ର, ନିଗମ ସାହୁ ଓ ରାଜୁ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ମୋଟର ସାଇକେଲ ରାଲି ନଗର ପରିକ୍ରମା କରିଥିଲା । ସମଗ୍ର ଉମରକୋଟ ଏକ ଭକ୍ତି ଓ ଶୌର୍ଯ୍ୟ କ୍ଷେତ୍ରରେ ପରିଣତ ହୋଇଯାଇଥିଲା । ତିନି ଶହରୁ ଉର୍ଦ୍ଧ୍ୱ ବଜରଙ୍ଗୀଙ୍କ ଏହି ଶକ୍ତି ପ୍ରଦର୍ଶନକୁ ହଜାର ହଜାର ଶ୍ରଦ୍ଧାଳୁ ନୂତନ ସ୍ୱାଗତ ଓ ଶ୍ରଦ୍ଧା ଜ୍ଞାପନ କରିଥିଲେ । ଛତିଶଗଡ଼ରୁ ଆଗତ ସଂଗଠନର ଶୈଳେନ୍ଦ୍ର ଶ୍ରୀବାସ୍ତବ,ଅନୀଲ ଅଗ୍ରୱାଳ,ଘନଶ୍ୟାମ ନାଗ, ମୁନା ବଜରଙ୍ଗୀ କାର୍ଯ୍ୟକ୍ରମରେ ସହଭାଗୀ ହୋଇଥିଲେ । ଏଥିରେ ଯୁଧିଷ୍ଠିର ରାଜଗଣ୍ଡ, ବିଶ୍ୱଜିତ ଠାକୁର, ରମେଶ ଦୋରା, ପ୍ରମ ଦାସ, ସୁବାସ ବିଷୟୀ, ପ୍ରଭାତୀ ଦେବନାଥ, ପ୍ରଫୁଲ୍ଲ ପାତ୍ର , ସୁମିତ ଦଳେଇ, ଦେବେନ୍ଦ୍ର ଦାସ, ପଙ୍କଜ ଠାକୁର ସହଯୋଗ ସହ କାର୍ଯ୍ୟକ୍ରମକୁ ମଣ୍ଡନ କରିଥିଲେ । ପ୍ରତ୍ୟେକ ବଜରଙ୍ଗୀ ଗୀତା ପାଠ ସହ ରାଷ୍ଟ୍ର ରକ୍ଷା ପାଇଁ ପ୍ରତିଜ୍ଞା କରିଥିଲେ ।

hiranchal ad1
Leave A Reply

Your email address will not be published.

four × three =