ଶିବ ମନ୍ଦିରରେ କ୍ଷୀର ପିଉଛନ୍ତି ବୃଷଭ ! ଭିଡିଓ ଭାଇରାଲ,ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

0 307

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ଶିବ ମନ୍ଦିରରେ ଥିବା ପଥର ଷଣ୍ଢ ( ବୃଷଭ) କ୍ଷୀର ପିଉଥିବା ଭିଡିଓ ଭାଇରାଲ ହେଉଛି । ପାଟଣାଗଡ ଏନଏସି ଅନ୍ତର୍ଗତ ବ୍ରହ୍ମପୁରା କପିଳେଶ୍ୱର ବାବା ମନ୍ଦିରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସେହିପରି ଏହି ବ୍ଳକ ଅନ୍ତର୍ଗତ ଖୁଣ୍ଟସମଲାଇ,ତମିଆଁ ରାମପୁର , ପାଢେଲ, ଖପ୍ରାଖୋଲ ବ୍ଳକ ରେଙ୍ଗାଲଜୁରୀ ଆଦି ଗାଁ ମାନଙ୍କରେ ଥିବା ଶିବ ମନ୍ଦିର ସମେତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ଶିବ ମନ୍ଦିରରେ ଥିବା ପଥର ପଣ୍ଢ( ବୃଷଭ) କ୍ଷୀର ପିଉଥିବାର ଏକ ଭିଡିଓ ଗତକାଲି ସନ୍ଧ୍ୟା ସମୟରେ ଭାଇରାଲ ହେବାରେ ଲାଗିଥିଲା । ଏହାପରେ ଶ୍ରଦ୍ଧାଳୁମାନେ ମନ୍ଦିରମାନଙ୍କୁ ଯାଇ ବୃଷଭଙ୍କ ପ୍ରତିମୂର୍ତ୍ତି ମୁହଁକୁ ଚାମୁଚରେ କ୍ଷୀର ନେଇ ଦେଖାଉଛନ୍ତି । ସଙ୍ଗେ ସଙ୍ଗେ ଚାମୁଚର କ୍ଷୀର ଗାଏବ ହେଉଥିବା ଦେଖିବାକୁ ମିଳିଛି । ହେଲେ ଏହା ସତ କି ଅନ୍ୟ କିଛି ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇପାରୁନାହିଁ । ପ୍ରଥମ ଥର ପାଇଁ ମନ୍ଦିରମାନଙ୍କରେ ଏଭଳି ଅଦ୍ଭୁତ ଘଟଣା ଘଟିଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ରାତିତମାମ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୂଅ ଛୁଟିବା ସହ ଶ୍ରଦ୍ଧାଳୁ ମାନଙ୍କ ମନରେ ଭକ୍ତିଭାବ ଜାତ ହେଉଛି ।

hiranchal ad1
Leave A Reply

Your email address will not be published.

eight + 6 =