ମର୍ଯାକୁଦ ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ

0 78

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ଯୁବ ଓଡିଶା ନବୀନ ଓଡିଶା ଯୋଜନା ଅନୁସାରେ ମହାନଦୀର ମଧ୍ୟ ଭାଗରେ ଥିବା ମର୍ଯାକୁଦ ଗ୍ରାମରେ ଏକ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବିପର୍ଯ୍ୟୟର ମୁକାବିଲା, ପ୍ରାଥମିକ ଚିକିତ୍ସା ଏବଂ ଜରୁରୀ କାଳୀନ ଉଦ୍ଧାର ଉପରେ ତାଲିମ୍‌ ପ୍ରଦାନ କରାଯାଇଛି । ମୁଖ୍ୟ ତାଲିମଦାତା ଭାବରେ ରେଡକ୍ରସର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସମିତିର ସଦସ୍ୟ ତଥା ମାଷ୍ଟର ଟ୍ରେନର ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ଯୋଗଦେଇ ଗ୍ରାମବାସୀମାନଙ୍କୁ ଓଡିଶା ସରକାରଙ୍କ ସଫଳ ବିପର୍ଯ୍ୟୟ ପରିଚାଳନା, ବିପର୍ଯ୍ୟୟର ପ୍ରକାର ଭେଦ, ଉଦ୍ଧାର ଓ ଜରୁରୀ ସହାୟତା ଉପରେ ତାଲିମ୍‌ ପ୍ରଦାନ କରିଥିଲେ । ଅନ୍ୟ ତାଲିମଦାତା ଭାବରେ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁରେଶ୍ୱର ଯୋଶୀ ପ୍ରାଥମିକ ଚିକିତ୍ସା ଉପରେ ତାଲିମ୍‌ ପ୍ରଦାନ କରିଥିଲେ । ଏଥିରେ ଦୁର୍ଘଟଣା ,ରକ୍ତ କ୍ଷରଣ, ପୋଡ଼ା ଘାଆ, ଅଂଶୁଘାତ, ସାପ କାମୁଡା, ଗ୍ୟାସ୍‌ ଚୁଲାରେ ନିଅାଁ ଲାଗିଲେ କିପରି ମୁକାବିଲା କରିବେ ସେ ବିଷୟରେ ତାଲିମ୍‌ ପ୍ରଦାନ କରାଯାଇଥିଲା । ଏହି ତାଲିମ୍‌ କାର୍ଯ୍ୟକ୍ରମରେ ପ୍ରାୟ ଦୁଇଶହରୁ ଉଦ୍ଧ୍ୱର୍ ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଜିଲ୍ଲା ନୋଡାଲ ଅଫିସର ଅଧ୍ୟାପିକା ଗୀତାଞ୍ଜଳି ମହାପାତ୍ର, ଅଧ୍ୟାପିକା ସୁଜାତା ସାହୁ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ନାରୀ ଜାଗରଣ ଉପରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ରତ୍ନପ୍ରଭା ସେଠି, ଅଧ୍ୟାପିକା ଆଶା କିରଣ ଚୌଧୁରୀ ପ୍ରମୁଖ ସହଯୋଗ ରିଥିଲେ । ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ମାନେ ମଧ୍ୟ ଉପସ୍ଥିତ ଥିଲେ । ପଞ୍ଚାୟତ ମହାବିଦ୍ୟାଳୟ ର +୨ ଏବଂ +୩ ର ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ମାନେ ଏଥିରେ ବହୁ ସହୋଯାଗ କରିଥିଲେ । ଅଧ୍ୟାପକ ମାନେ ମହାବିଦ୍ୟାଳୟରେ ପାଠ ପଢିବା ସହ ଗ୍ରାମକୁ ଯାଇ ଗ୍ରାମବାସୀମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷାଦାନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ।

hiranchal ad1
Leave A Reply

Your email address will not be published.

eight + thirteen =