ହାଇକୋର୍ଟ ବେଞ୍ଚ ଦାବିରେ ସମସ୍ତ କୋର୍ଟ କଚେରୀ ବନ୍ଦ କଲେ ଜିଲ୍ଲା ଓକିଲ ସଂଘ

0 100

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ପୂର୍ବରୁ ଲମ୍ବିତ ଦାବିକୁ ନେଇ ଆଜି ଏଠାରେ ସମସ୍ତ କୋର୍ଟ କଚେରୀ ବନ୍ଦ କରାଯାଇଛି ଓ ସ୍ଥାନୀୟ କଚେରୀ ଛକଠାରେ ଓକିଲମାନେ ପ୍ରଦର୍ଶନରେ ବସିଛନ୍ତି । ସମ୍ବଲପୁର ଜିଲ୍ଲା ଜଜଙ୍କ ନେତୃତ୍ୱରେ ଜିଲ୍ଲା ସ୍ତରୀୟ ସବୁ ବିଚାର ବିଭାଗୀୟ ଅଧିକାରୀ ମାନେ ଆଜି ମଧ୍ୟ ପ୍ରତିଦିନ ପରି ନିୟମିତ ସମୟରେ ଆସି ଆନ୍ଦୋଳନରତ ଓକିଲଙ୍କ ସହିତ ଆଲୋଚନା କଲାପରେ ଫେରିଯାଇଛନ୍ତି । ଏହା ସହିତ ଅନ୍ୟପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ଓକିଲମାନେ ବାଟ ଓଗାଳି ବସିଥିବାରୁ ତାହା ମଧ୍ୟ ବନ୍ଦ ରଖାଯାଇଛି ଓ ଏହା ସହିତ ଅନ୍ୟ କାର୍ଯ୍ୟାଳୟ ଯଥା ସ୍ଥାନୀୟ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରାଯାଇଛି । ପ୍ରକୃତରେ ଏହି ବନ୍ଦ ଗତକାଲି ବୁଧବାର ଦିନ ହେବା କଥା, କାରଣ ଏଥର ଜିଲ୍ଲା ଓକିଲ ସଂଘ ପୂର୍ବରୁ ଘୋଷଣା କରିଦେଇଛି ଯେ ଏବିଷୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ରହୁଛି ଏଣୁ ଏଣିକି ପ୍ରତି ବୁଧବାର ଦିନ ଜିଲ୍ଲାର ସମସ୍ତ କୋର୍ଟ କଚେରୀ ପ୍ରତି ସପ୍ତାହ ବୁଧବାର ଦିନ ବନ୍ଦ ରହିବ । କିନ୍ତୁ ଗତକାଲି ବୁଧବାର ଦିନ ଛାଡଖାଇ ଥିବାରୁ ଜିଲ୍ଲା ସ୍ତରୀୟ ସମସ୍ତ ବିଚାର ବିଭାଗୀୟ କାର୍ଯ୍ୟାଳୟ ଛୁଟି ରହିଥିଲା, ଏଣୁ ଏହା ପରିବର୍ତ୍ତେ ଏହି ବନ୍ଦ ଆଜି କରାଯାଇଛି । ଆଜିକାର ଏହି ବନ୍ଦ ପାଳନ ଓକିଲ ସଂଘକୁ ସମର୍ଥନ ଜଣାଇ କିଛି ସ୍ଥାନୀୟ ସାମାଜିକ ଓ ସାଂସ୍କୃତିକ ସଂଗଠନ ଆସି ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

nine − 7 =