ଲୋକଙ୍କ ସେବାରେ ଲାଗୁନି ଲିଙ୍ଗାଗଡ ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ

0 63

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡଠାରେ ରହିଛି ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ । ଦୀର୍ଘ ୧୦ ରୁ ୧୨ ବର୍ଷ ହେବ ଏହି ଚିକିତ୍ସାଳୟ ଭୂତ କୋଠରି ସଦୃଶ ପଡ଼ିରହିଛି । ଏହି ଚିକିତ୍ସାଳୟଟି ୧/୦୨/୧୯୭୨ ମସିହାରେ ନିର୍ମାଣ ହୋଇଛି କିନ୍ତୁ ବର୍ଷ ବର୍ଷ ଧରି ଏହି ଚିକିତ୍ସାଳୟରେ ତାଲା ପଡ଼ିକି ଅଛି । ନା ଡାକ୍ତର ଅଛନ୍ତି ନା ମେଡ଼ିକାଲ ଖୋଲା ହେଉଛି । ଏହି ଚିକିତ୍ସାଳୟ ପାଇଁ ସରକାରଙ୍କ ଅନେକ ଟଙ୍କା ଖର୍ଚ୍ଚ ହୋଇଛି,କିନ୍ତୁ ଲୋକଙ୍କ ସେବାରେ ଆସୁନାହିଁ । ଭୂତ କୋଠରି ପାଲଟିଥିବା ଏହି ଚିକିତ୍ସାଳୟରେ ୩ ଗୋଟି ଗ୍ରାମପଞ୍ଚାୟତ ଯଥା ଲିଙ୍ଗାଗଡ, କତିଙ୍ଗିଆ,ରାଇକଲାର ପାଖାପାଖି ୧୨ ହଜାର ଲୋକ ନିର୍ଭର କରୁଥିଲେ । ହୋମିଓପ୍ୟାଥି ଚିକିତ୍ସା ଏକ ସ୍ୱତନ୍ତ୍ର ଚିକିତ୍ସା ଅଟେ, ଯାହାକି ଶରୀର ବିଭିନ୍ନ ରୋଗକୁ ମୂଳରୁ ଭଲ କରିଥାଏ । ତେବେ ଏହି ହୋମିଓପ୍ୟାଥି ଔଷଧ ଉପରେ ଯେଉଁମାନେ ନିର୍ଭର କରନ୍ତି ସେମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦୀର୍ଘ ୧୦ ବର୍ଷରୁ ଉଦ୍ଧ୍ୱର୍ ସମୟ ହେବ ଏହି ଚିକିତ୍ସାଳୟରେ ଡାକ୍ତର ନାହାନ୍ତି ବୋଲି ଲୋକେ କହୁଥିବା ବେଳେ କେବଳ ଜଣେ ପିଅନ ଥିଲେ । ସେ ମଧ୍ୟ ଅବସର ପାଇଥିବା ସୂଚନା ରହିଛି । ସରପଞ୍ଚ ଅବଲାକର ପ୍ରଧାନ ମଧ୍ୟ ଏହି ହୋମିଓପ୍ୟାଥି ଚିକିତ୍ସାଳୟ ତୁରନ୍ତ ଚାଲୁ କରିବା ନିମନ୍ତେ ଦାବି କରିଛନ୍ତି । ଭାତ ହାଣ୍ଡିରୁ ଗୋଟିଏ ଚିପି ଯେଭଳି ସମଗ୍ର ହାଣ୍ଡିର ଭାତ ହେଲାକି ନାହିଁ ଜଣାପଡୁଛି,ସେଇଭଳି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କିଭଳି ଚାଲିଛି ସ୍ପଷ୍ଟ ବାରି ହୋଇପଡୁଛି ।

hiranchal ad1
Leave A Reply

Your email address will not be published.

eighteen − 15 =