ଫୁଲବାଣୀ ଆଇଟିଡିଏ ପକ୍ଷରୁ କଡକ ନାଥ କୁକୁଡ଼ା ବଣ୍ଟନ

0 111

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା ଫୁଲବାଣୀ ପକ୍ଷରୁ ମିଶନ ଜୀବିକା ମାଧ୍ୟମରେ ଫିରିଙ୍ଗିଆ ବ୍ଲକ ବେଡାକେତା ଗ୍ରାମରେ ବିଶ୍ୱ ଆଦିବାସୀ ଦିବସରେ ପଇଁଚାଳିଶ ଜଣ ଆଦିବାସୀଙ୍କୁ କଡକ ନାଥ କୁକୁଡ଼ା ପ୍ରଦାନ କରାଯାଇଥିଲା । ମିଶନ ଜୀବିକା ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଙ୍ଗା ଉପରସାହି ସରପଞ୍ଚ ଶ୍ରୀମତୀ ରଶ୍ମିତା କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ କଡ଼କ ନାଥ କୁକୁଡ଼ା ପ୍ରଦାନ କରିଥିଲେ । ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଜୀବିକା ବିଶେଷଣଜ୍ଞ ବୈଦ୍ୟନାଥ ଖଟୁଆ ଲଗାଣ ବର୍ଷ ସତ୍ତେ୍ୱ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ । ଏହି କୁକୁଡା ଚାଷ କଲେ ଚାଷୀ ଅଧିକ ଦାମରେ କୁକୁଡ଼ା ବିକ୍ରି କରି ବେଶ ଲାଭବାନ ହୋଇପାରିବ ବୋଲି ଜୀବିକା ବିଶେଷଜ୍ଞ ଖଟୁଆ କହିଥିଲେ । ବିଭାଗ ପକ୍ଷରୁ ଆଦିବାସୀ ହିତାଧିକାରୀ ମାନଙ୍କୁ କୁକୁଡ଼ା ଚିଆଁ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ସହ ବୈଷୟିକ ଜ୍ଞାନ କୌଶଳ ମଧ୍ୟ ଯୋଗାଇ ଦିଆଯାଉଥିବା ନେଇ ସେ ଆହୁରି କହିଥିଲେ । ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ବୀରେନ୍ଦ୍ର କୁମାର ଦାସଙ୍କ ନିଷ୍ଠାପର ଉଦ୍ୟମ, କାର୍ଯ୍ୟ ଦକ୍ଷତା, ଉତ୍ତମ ଦିଗଦର୍ଶନ ଯୋଗୁଁ ବିଭାଗ ପକ୍ଷରୁ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିଛି । ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡା ବ୍ଲକର ଶତାଧିକ ଆଦିବାସୀ ପୁରୁଷ, ମହିଳା ଉପକୃତ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

four × 2 =