ଆଦର୍ଶ ବିଦ୍ୟାଳୟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 86

ଘୁ ଉଦୟଗିରି: ଗଛ ହିଁ ଜୀବନ,ଗଛ ଆମକୁ ଅମ୍ଳଜାନ ଯୋଗାଇଥାଏ ଓ ବର୍ଷା ହେବାରେ ସାହାର୍ଯ୍ୟ କରିବା ସହିତ ପରିବେଶ ସବୁଜ ସୁନ୍ଦର୍‌ ହେବା ପାଇଁ ସାହାର୍ଯ୍ୟ କରିଥାଏ । ଗଛ ଦ୍ୱାରା ହିଁ ସୁଲୁସୁଲିଆ ଯେଉଁ ପବନ ବହେ ତାହାର ଶବ୍ଦରେ ବିଭିନ୍ନ ଧ୍ୱନୀ ତରଙ୍ଗ ସୃଷ୍ଟି ହୋଇଥାଏ ।ଅନେକ ଯାତ୍ରୀ,ପଥିକ ମାନଙ୍କୁ ମଧ୍ୟ ଛାଇ ଯୋଗାଇବାରେ ସାହାଯ୍ୟ କରିଥାଏ ।ଏହିପରି ଅନେକ ଗଛର ଉପକାରିତା ବିଷୟରେ ବର୍ଣ୍ଣନା କରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ଘୁ ଉଦୟଗିରି ବନାଞ୍ଚଳ ଅଧିକାରୀ ଶ୍ରୀମତୀ ମିନାକ୍ଷୀ କୁମରା ମତ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ତୃପ୍ତି କୁମାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଓ ପରିଚାଳନାରେ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ.ଏନ୍‌ ବାର କନିଷ୍ଠ ଇଞ୍ଜିନିୟର ସିଦ୍ଧାର୍ଥ କର ଯୋଗଦେଇଥିବା ବେଳେ ଫରେଷ୍ଟର ପ୍ରବୀଣ ଦାସ,ରଶ୍ମିତା ବକ୍ସି ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରୁ ବରିଷ୍ଠ ଶିକ୍ଷକ ବଳରାମ ସାହୁ ଓ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟରୁ ବିଭୂତି ଭୂଷଣ ଜାନି, ରାଜକିଶୋର ପ୍ରଧାନ, ଜିଉଡ ଜେଥ୍ର ପ୍ରଧାନ, ମୋନାଲିସା କହଁର, କଳ୍ପନା ପ୍ରଧାନ, କ୍ଷୀରୋଦ ବେହେରା, ସୁଧାଂଶୁ ଶେଖର ସାହୁ ଯୋଗ ଦେଇଥିଲେ ।
୧୦୦ ପ୍ରକାର ବିଭିନ୍ନ ପ୍ରଜାତିର ଚାରା ଗଛ ପିଲାମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା । ପିଲାମାନଙ୍କୁ ଗଛ ଲଗେଇବା ପାଇ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ଅଧିକାରୀ ଏନ୍‌ ବାର ପ୍ରକାଶ କରି ଉତ୍ସାହିତ କରିବା ସହିତ ଉପକାରିତା ବିଷୟରେ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ବୃକ୍ଷରୋପଣ କରି ବହୁତ୍‌ ଖୁସି ଥିବା ପ୍ରକାଶ କରିଛନ୍ତି । ଆଗାମୀ ଦିନ ମାନଙ୍କରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ସହିତ ଗଛର ଯତ୍ନ ନେଇ ଅଧିକାରରୁ ଅଧିକ ପିଲାମାନଙ୍କ ମଧ୍ୟରେ ଜଙ୍ଗଲ ସୁରକ୍ଷା କରିବା ପାଇ ସଚେତନ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ପରିଚାଳକ ସମସ୍ତଙ୍କୁ ଧନ୍ୟବାଦ୍‌ ପ୍ରଦାନ କରି ଶେଷ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 1 =