ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

0 87

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡାରେ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ ଦୀପ ପ୍ରଜ୍ୱଳନ କରି ଏହାର ଶୁଭ ଉଦଘାଟନ କରିଥିଲେ । ଏହି ମେଳାରେ ୧୦ ଗୋଟି ଉଚ୍ଚ ବିଦ୍ୟାଳୟ , ୪ ଗୋଟି ମାଧ୍ୟମିକ ବିଦ୍ୟାଳୟ ଓ ୪୦ରୁ ଉର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟର ୫୨ ଗୋଟି ପ୍ରକଳ୍ପରେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ସଦନ ଗୌଡ଼, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶରତ ଚନ୍ଦ୍ର ଦାସ, ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉତ୍ତମା ହରିଜନ , ଧନୁର୍ଜୟ ମାଝୀ, ହରିହର ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ରାଜେଶ ସମରଥ ଓ ସଚିଦାନନ୍ଦ ବିଷୋୟୀ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ । ଏହି ବିଜ୍ଞାନ ମେଳାରେ ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ସରକାରୀ ଉଚ୍ଚ ବିଦ୍ୟାଳୟ ଦହଣା, ଓଡିଶା ଆଦର୍ଶ ବିଦ୍ୟାଳୟ ନନ୍ଦାହାଣ୍ଡି, ୟୁଜିଏଚ୍‌ଏସ୍‌ ବିଦ୍ୟାଳୟ ଡଙ୍ଗର ଭେଜା ପ୍ରକଳ୍ପ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂଆଁ ଗାଁ ଓ ପ୍ରାଥମିକ ସ୍ତରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜବାଗୁଡା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନନ୍ଦାହାଣ୍ଡି, ସରକାରୀ ପ୍ରାଥମିକ ବିଦ୍ୟାଳୟ ଏକମ୍ବା, ସରକାରୀ ଉଚ୍ଚ ବିଦ୍ୟାଳୟ ଦହଣା ଓ ସରସ୍ୱତୀ ଶିଶୁ ମନ୍ଦିର ନୂଆଁ ଗାଁ ଏଭଳି ପାଞ୍ଚ ପାଞ୍ଚ ଗୋଟି ବିଦ୍ୟାଳୟ ଚୟନ କରାଯାଇଥିଲା । ଚୟନ ପ୍ରକଳ୍ପ ଗୁଡ଼ିକ ଆଗାମୀ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳାରେ ଭାଗ ନେବେ । ଏହି କାର୍ଯ୍ୟକ୍ରମକୁ ବ୍ଲକର ପ୍ରାୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସିଆରସିମାନଙ୍କ ତତ୍ୱାବଧାନ ଓ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − 13 =