ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କଲେ ରାମଭକ୍ତ

0 61

କଣ୍ଟାବାଞ୍ଜି : କେଶରିୟା ପତାକା, ଧ୍ୱଜାରେ ଶୋଭାୟମାନ ସହରର ରାସ୍ତା ଓ ଛକ, ଘରେ ଘରେ ମଧ୍ୟ ଲାଗି ରହିଥିଲା ଭଗବାନ ଶ୍ରୀରାମଙ୍କ ଛବି ପତାକା । ଏହା ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା କଣ୍ଟାବାଞ୍ଜିରେ । ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଭାରତ ବର୍ଷରେ ରାମ ନବମୀ ରୂପେ ପାଳିତ ହେଉଛି । ରାମନବମୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସହରର ସମସ୍ତ ବର୍ଗର ଲୋକେ ସମ୍ମିଳିତ ହୋଇଥିଲେ । ବିଶାଳ ଶୋଭାଯାତ୍ରା ସହରର ପ୍ରମୁଖ ଶ୍ରୀରାମ ମନ୍ଦିରରୁ ଆରମ୍ଭ ହୋଇ ହନୁମାନ ଛକ, ଝାର୍ବାଳିଆ ଛକ ଶାସ୍ତ୍ରୀ ଛକ, ଆମ୍ବେଡକର ହୋଇ ପୁନଃ ରାମ ମନ୍ଦିରରେ ପହଞ୍ଚିଥିଲା । ସହରର ଅନେକ ସଂଗଠନ ଦ୍ୱାରା ଜାଗା ଜାଗାରେ ଥଣ୍ଡା ପାଣି, ସର୍ବତ ଓ ଅନ୍ୟାନ୍ୟ ସୁବିଧା କରାଯାଇଥିଲା । ମୁଖ୍ୟ ଆକର୍ଷଣରେ ଛୋଟ ଛୋଟ ପିଲାଙ୍କ ରାମଭେଷ ରହିଥିଲା । ସତ ଗୁରୁ ଶ୍ରୀ ରିତେଶ୍ୱର ମହାରାଜ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ରଥରେ ବିରାଜମାନ ମହାରାଜ ସମସ୍ତକୁ ଆଶୀର୍ବାଦ ମଧ୍ୟ ଦେଉଥିଲେ । ରାମ ନବମୀ ପାଳନ ଓ ବିଶାଳ ଶୋଭାଯାତ୍ରା ପାଇଁ କମିଟି ସଦସ୍ୟ ସହିତ ସ୍ୱଇଚ୍ଛାରେ ମଧ୍ୟ ଲୋକେ ସହଯୋଗ କରିଥିଲେ । ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ରୂପେ ସଂପନ୍ନ କରିବାକୁ ପୋଲିସ ବିଭାଗ ମଧ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 13 =