ହରଭଙ୍ଗା : ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଶଗଡ଼ିଆ କ୍ଷୁଦ୍ର ଜଳସେଚନ ଡେମରୁ ଆଜି ପୂଜା ଅର୍ଚ୍ଚନା କରାଯାଇ ଚଳିତ ଖରିଫ ଚାଷ ପାଇଁ ଆଜି ଡ୍ୟାମରୁ ୨ଟି ଗେଟ୍ ଖୋଲାଯାଇ କେନାଲ ମାଧ୍ୟମରେ ପାଣି ଛଡ଼ାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ୫ଶହ ଏକର ଚାଷ ଜମିକୁ ପାଣି ଯୋଗାଇ ଦିଆଯିବା ଫଳରେ ହରଭଙ୍ଗା, ବୁକେସିଙ୍ଗା, ଡିଆଁଘାଟ, କୁଡାସିଙ୍ଗାଓ ସୁରୁଣ୍ଡି ଗ୍ରାମର ଚାଷୀ ମାନେ ଉପକୃତ ହେବେ । ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଗୁରୁପ୍ରସାଦ ପୃଷ୍ଟିଙ୍କ ପରାମର୍ଶ କ୍ରମେ ବୌଦ୍ଧ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ସରୋଜ କୁମାର ସାଥୁଆ, ସହକାରୀ ଯନ୍ତ୍ରୀ ଇଂ. ବିଭୁତି ପ୍ରସାଦ ମାଝୀ, ଇଂ. ଭଗବାନ ବେହେରା ପ୍ରମୁଖ ଉପସ୍ଥିତ ରହି ଡ୍ୟାମରୁ ଜଳ ନିଷ୍କାସନ କରିଥିଲେ । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଏବେ ଶଗଡ଼ିଆ ଜଳସେଚନ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଛି । ପାଣି ଛଡ଼ାଯିବ ଫଳରେ ଏବେ ଚାଷକାର୍ଯ୍ୟ ଆଗେଇ ଚାଲିଛି ।