ଡ. ସବ୍ୟସାଚୀ ମହାପାତ୍ରଙ୍କୁ ରାଷ୍ଟ୍ରୀୟ ନାଟ୍‌ ସମ୍ମାନ ପ୍ରଦାନ ସହ ଉଦଯାପିତ ହେଲା ରାଷ୍ଟ୍ରୀୟ ନାଟ୍‌ ମେଲା

0 82

ସୁବର୍ଣ୍ଣପୁର : ସାରା ପୁରଥିରେ ଭାରତ ନ ଏନତା ଗୁଟେ ଦେଶ ଯାହାକେ ଦେବଭୂମି ବଲି କହେସନ । ଯୁଗ୍‌ ଯୁଗ୍‌ ଧରି ଇନ ମହାପୁରୁଷମାନେ ଜନମ୍‌ ନେଇଛନ । ରାମାୟଣ, ମହାଭାରତ୍‌ ଲେଖେନ ମହାନ ଗ୍ରନ୍ଥମାନକର ସିରଜିନାର୍‌ ଠାନ ହେଉଛେ ଇ ଦେଶ । ଖାଲି ଇନେ ନ ଜନମ୍‌ ନେଇପାରସନ ମୋହନ ଆର୍‌ ସୁବାସ ଲଖେନ୍‌ ଦେଶଭକତ୍‌ । ହେଲେ ଆଏଜ୍‌ ଭାରତ ହିଂସା, ଗଣ୍ଡଗୋଲ, ଅହଁକାର ଆର କେତନେଇଟେ ଭିତରିଆ ଝମେଲା ମାନକର ଗୁନ୍ଦାଲ ପାନି ଲେଖେନ୍‌ ହେଇଯାଇଛେ । ଲୋକମାନେ ନିଜର ସ୍ୱାର୍ଥର ଲାଗି ସବୁ ନୀତିକେ ଅଦଲ ବଦଲ କରି ସିରଜିନା କରୁଛନ୍‌ ଗୁଟେ ଉଲଟା ଭାରତ । ଇ ସମିଆରେ ଯଦି ସୁବାସ ବୋଷ ଆର୍‌ ମହାତ୍ମା ଗାନ୍ଧୀ ଘାଏ ଆଇକରି ଦେଖତେ ଇ ଭାରତକେ, କାଣା ଭାବତେ ସେମାନେ? କାଣା ହେତା ତାଁକର ପ୍ରତିକ୍ରିୟା? ସେମାନେ କାଣା ଅପନେଇ ନେଇ ପାରତେ ଏନ୍ତା ଗୁଟେ ଉଲଟା ଭାରତ କେ??
ଏନ୍ତା ଗୁଟେ ବିଷୟକେ ନେଇକରି ପ୍ରସ୍ତୁତ ହେଇଛେ ନାଟକ ଉଲଟା ଭାରତ । ସୂତ୍ରଧର ଦର୍ଶକମାନକୁ ଭିନ୍‌ ଭିନ୍‌ ସମିଆର କଥା କହିକରି ଦର୍ଶକମାନକୁ ସେ ସମିଆକେ ନେଇଯାଉଛନ୍‌ । ଭାରତର ପରାଧିନ ସମିଆରେ ମହାତ୍ମା ଗାନ୍ଧୀ, ସୁବାସ ବୋଷ ଲେଖେନ ଦେଶଭକ୍ତମାନକର ଉଦଯୋଗରେ ଦେଶ ସ୍ୱାଧିନ ହେଲା । ସୁବାସ ବୋଷ ବିମାନ ଦୁର୍ଘଟଣାରେ ନିଖୋଜ ହେଇଗଲେ । ତାର ଉତରୁ ମହାତ୍ମା ଗାନ୍ଧୀ ନିଜର ପ୍ରାର୍ଥନା ଯାଗାରେ ହତ୍ୟାର ଶିକାର ହେଲେ । ମହାତ୍ମା ଗାନ୍ଧି ସରଗ୍‌ ଦୁଆରେ ସୁବାସ ବୋଷକୁ ଭେଟିଛନ୍‌ ଆର୍‌ କାବା ହେଇଛନ୍‌ । ଇନ୍ଦ୍ର କହିଛନ ଯେ ଦେବଲୋକ ବି ଇ ଦ୍ୱନ୍ଦରୁ ନାଇଁ ମୁକଲିପାରି କି ସୁବାସ ମରିଛନ କି ବଂଚିଛନ ଯେ । ଇନ୍ଦ୍ର ମନା କଲା ଉତରୁ ବି ସୁବାସ ବୋଷ ଆର୍‌ ମହାତ୍ମା ଗାନ୍ଧି ଭାରତକେ ଆସିଛନ । ହେଲେ ଭାରତର ଅବସ୍ଥା ଦେଖିକରି ସେମାନେ ନିଜର ସ୍ୱାଧିନ ଭାରତର ସପନ ଚୁନା ହେବାର ଟା ଅନୁଭବ କରିଛନ୍‌ ଆର୍‌ ଇନ୍ଦ୍ରଦେବ ସଂଗେ ସରଗକେ ଫେରି ଯାଉଛନ୍‌ ।
ହେଲେ ଇତାର ଉତରୁ ବି ସମ୍ଭାବନାଟେ ଅଛେ ବଲି ସୂତ୍ରଧର ସମକୁ କହୁଛନ୍‌ । ସଭେ ସଚ୍ଚା ଭାବେ ଲାଗଲେ ମହାପୁରୁଷମାନକର ସପନର ଭାରତ ଟେ ବନାବାରଟା ଅସମ୍ଭବ ନୁହେଁ ଭଳି ଏପରି ଏକ ବିଶ୍ଳେଷଣ ଧର୍ମୀ ନାଟକ ପରିବେଷଣ କରିଥିଲେ ଆୟୋଜକ ନାଟ୍‌ର କଳାକାରମାନେ । ଗତକାଲି ବିଳମ୍ବିତ ରାତିଯାଏ ଚାଲିଥିଲା ରାଷ୍ଟ୍ରୀୟ ନାଟମେଲାର ଶେଷନାଟକ ‘ଉଲଟାଭାରତ’ । ଏହି ନାଟକଟି ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ପ୍ରଦ୍ୟୁମ୍ନ ସାହୁ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କୃଷ୍ଣ ଚନ୍ଦ୍ର ସିନ୍ଦ୍ରୀଆ । ଉଦଯାପନି ସଭା କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ବେଳେ ସାଧାରଣ ସଂପାଦକ ବନମାଳୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥି ଭାବରେ ଡ଼.ଦ୍ୱାରିକାନାଥ ନାୟକ, ହରିହର ପ୍ରଧାନ, ସୁଧାଂଶୁ ପଟ୍ଟନାୟକ, ଶ୍ରୀବତ୍ସ ମଲ୍ଲିକ, ଶରତ ଶତପଥୀ, ନରେନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ନାଟ୍‌ର ସ୍ମରଣୀକା ‘ନେପଥ୍ୟ ‘ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଚଳିତ ବର୍ଷ ପାଇଁ ଅନୁଷ୍ଠାନର ସମ୍ମାନଜନକ ରାଷ୍ଟ୍ରୀୟ ନାଟ୍‌ ସମ୍ମାନ ସିନେ ନିର୍ଦ୍ଦେଶକ ଡ଼. ସବ୍ୟସାଚୀ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଉପସଭାପତି ଶୈଳେନ୍ଦ୍ର ବସ୍ତିଆ, ଅବିନାଶ ହୋତା ସମୀର ସାହୁ, ଦେବାଶିଷ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two + eleven =