ପୁରୀ: ପୁରୀରେ ପହଞ୍ଚିଲା ଇଭିଏମ । ହାଇଦ୍ରାବାଦରୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ୬ଟି ଟ୍ରକରେ ଆସିଛି ଏହି ଇଭିଏମ । ଏଥିରେ ୬୩୦ଟି ଟ୍ରଙ୍କରେ ଆସିଛି ୮୨୦୦ ଇଭିଏମ ମେସିନ । ଯେଉଁଥିରେ ବାଲଟ ୟୁନିଟ ୪୧୦୦ ଓ କଣ୍ଟ୍ରୋଲ ୟୁନିଟ ୪୧୦୦ ରହିଛି । ଆଉ ଏହାକୁ ପୁରୀ ତାଳବଣିଆ ଅଂଚଳରେ ଥିବା ଇଭିଏମ ଙ୍ଗସକ୍ସର ହାଉସରେ ରଖା ଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୧ ଜିଲ୍ଲାକୁ ପଠାଯାଇଛି ଇଭିଏମ ମେସିନ । ଆଗୁଆ ଇଭିଏମ ଆସିବାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପରେ ଓଡ଼ିଶାର ୧୧ ଜିଲ୍ଲାକୁ ପଠାଯାଇଛି । ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ଜିଲ୍ଲାକୁ ମଧ୍ୟ ପଠାଯିବ । ଚଳିତ ବର୍ଷ ପୁରୀରେ ନିର୍ବାଚନ ନଥିବା ସତ୍ତେ୍ୱ ପୁରୀକୁ କଣ ପାଇଁ ଆସିଲା ଇଭିଏମ ମେସିନ ତାହା ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ହାଇଦ୍ରାବାଦରୁ ପ୍ରାୟ ୬ ଟି ଗାଡ଼ିରେ ଇଭିଏମ ମେସିନ ଆସି ପହଞ୍ଚିଛି ।
Sign in
Sign in
Recover your password.
A password will be e-mailed to you.