ହରଭଙ୍ଗା ଲୋକ ମହୋତ୍ସବ ଉଦଘାଟିତ , ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

0 227

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଆଜି ଦିନ ୧୨ସମୟରେ ହରଭଙ୍ଗା ଅଂଚଳରେ ମା ଅଧିଷ୍ଠା ଦେବୀ ମା ରୁଦ୍ରକାଳୀ ମନ୍ଦିରରେ ପୂଜାଅର୍ଚ୍ଚ଼ନା କରାଯାଇ ଏକ ବିରାଟ ସଭାଯାତ୍ରା ବାହାରି ମାଙ୍କର ଆଜ୍ଞାମାଳଙ୍କୁ ନେଇ ମହୋତ୍ସବ ପଡିଆରେ ମା ରୁଦ୍ରକାଳୀଙ୍କ ପ୍ରତିମା ଓ ଦିବ୍ୟ ଜ୍ୟୋତି ସ୍ଥାପନା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଅଂଚଳର ୩ଗୋଟି ଦଣ୍ଡଦଳ ସମେତ ୫୦ରୁ ଉଦ୍ଧ୍ୱର୍ କୃଷ୍ଣଗୁରୁ, ନାମ, ସଂକ୍ରୀର୍ତ୍ତନ ଦଳ ସହ, ଶହଶହ ଜଣସାଧାରଣ ଯୋଗଦେଥିଲେ । ମହୋତ୍ସବ ଉଦଘାଟନି ଦିବସରେ ଓଡିଶାସରକାରଙ୍କ ପାଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ,ମୁଖ୍ୟ ଅତିଥିଭାବେ ଯୋଗଦେଥିବା ବେଳେ ସମ୍ମାନିତ ଅତିଥି ଆଠମଲ୍ଲିକ ବିଧାୟକ ରମେଶ ସାଏ, ମହୋତ୍ସବ କମିଟିର ସଭାପତି ସୁବୋଧ ପ୍ରଧାନ, ସମ୍ପାଦକ ସରଜ ଭୋକ୍ତା ଓ ପରିଚାଳନା କମିଟି ଉପସ୍ଥିତ ଥିଲେ । ସର୍ବ ପ୍ରଥମ ହରଭଙ୍ଗା ଠାରେ ଆୟୋଜିତ ହୋଇଥିବା ହରଭଙ୍ଗା ମହୋତ୍ସବ ପାଇଁ ଅଂଚଳ ବାସି ଆୟୋଜକ କମିଟିକୁ ସାଧୁବାଦ ଜଣାଇଛନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଗଡଜାତ ସମୟରେ ଏକ ବାଣିଜ୍ୟ କେନ୍ଦ୍ର ଥିଲା, ମହାନଦୀରେ ଡ଼ଙ୍ଗା ସାହାଯ୍ୟରେ ବାଣିଜ୍ୟ କାରବାର କରାଯାଉ ଥିଲା ।

hiring

ଏହି ସମୟରେ ଏହି ଅଂଚଳକୁ ରାଜା ମହାରାଜା ମାନେ ପ୍ରାଧାନ୍ୟ ଦେଉଥିଲେ । ଏହି ସ୍ଥାନର କଳା, ସଂସ୍କୃତି ଓ ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ଅଂଚଳ ବାସି ଚଳିତ ବର୍ଷ ପ୍ରଥମ ହରଭଙ୍ଗା ମହୋତ୍ସବ ଆୟୋଜନ କରିଛନ୍ତି । ମହୋତ୍ସବରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଷ୍ଟଲ, ମିନାବଜାର ସହିତ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ନାଚ ଗୀତ, ଆଞ୍ଚଳିକ ପଂଚାୟତ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଗୀତ ଗାନ, ରାଉରକେଲା, ବରଗଡ଼, ଗଞ୍ଜାମ, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଉଚ୍ଚ ସ୍ତରୀୟ କଳାକାରଙ୍କୁ ନେଇ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

17 − four =