ମା’ ସୁଲୁକୁଟୀଙ୍କ ପୀଠରେ ମହାଯଜ୍ଞ

0 167

ଦଶପଲ୍ଲା : ଦଶପଲ୍ଲା ଦୁର୍ଗା ବଜାର କଲୋନୀ ପରିସରରେ ଥିବା ଆରାଧ୍ୟ ଦେବୀ ମା ସୁଲୁକୁଟୀଙ୍କ ପୀଠରେ ବାର୍ଷିକ ବିଶ୍ୱ ଶାନ୍ତି ଦେବୀ ମହାଯଜ୍ଞ ମଂଗଳବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଅଙ୍କୁରାରୋପଣ ଅଧିବାସ ହେବାପରେ ବୁଧବାର ଜଳ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ ମହିଳା ଏବଂ ପୁରୁଷ କୁଆଁରିଆ ନଦୀତଟରୁ କଳସରେ ଜଳ ଧରି ଏକ ଶୋଭାଯାତ୍ରାରେ ପୀଠ ପର୍ଯ୍ୟନ୍ତ ଆସିଥିଲେ । ଏହା ପରେ ଯଜ୍ଞ ଆରମ୍ଭ ହୋଇଥିଲା । ଏହି ଯଜ୍ଞ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ରାତିରେ ପ୍ରବଚନ କାର୍ଯ୍ୟକ୍ରମ ଚାଲୁଥିବା ଜଣାଯାଇଛି । ଚଳିତବର୍ଷ ବହୁ ଲୋକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି । ମା’ ସୁଲୁକୁଟି ଦେବୀ ଉନ୍ନୟନ କମିଟି ତରଫରୁ ଏହି କାର୍ଯ୍ୟକ୍ରମ ଚାଲିଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

3 × three =