ସୀମାନ୍ତବର୍ତ୍ତୀ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଉତ୍କଳ ସମ୍ମିଳନୀ

0 113

ନବରଙ୍ଗପୁର:- ନବ ଗଠିତ ଉତ୍କଳ ସମ୍ମିିଳନୀ, ନବରଙ୍ଗପୁର ଶାଖାର ସଦସ୍ୟ ମାନେ ଜିଲ୍ଲାପାଳ ନବରଙ୍ଗପୁରଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଭାଷା, ସଂସ୍କୃତି, ପରମ୍ପରା ତଥା ସୀମାବର୍ତ୍ତୀ ଅଂଚଳ ମାନଙ୍କରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଅବଗତ କରେଇଥିଲେ ।
ବିଭିନ୍ନ ସମୟରେ ପଡୋଶୀ ରାଜ୍ୟ ଛତିଶଗଡ଼, ଭାଷା, ସଂସ୍କୃତିକୁ ନେଇ ସ୍ଥାନୀୟ କୋଷାଗୁମୁଡ଼ା, ଡାବୁଗାଁ, ଉମରକୋଟ ତଥା ରାଇଘରର ସୀମାବର୍ତ୍ତୀ ଅଂଚଳ ମାନଙ୍କରେ ନିଜର ଉପସ୍ଥିତି ଜାହିର କରିବା ସହ ଆମ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ନୂଆ ନୁହେ, କିନ୍ତୁ ବିଭିନ୍ନ ସମୟରେ ଗଣ ମାଧ୍ୟମ ତଥା ଜନ ଅସନ୍ତୋଷ ଉତ୍କଳ ସମ୍ମିଳନୀ ର ସଦସ୍ୟ ମାନଙ୍କ ନଜରକୁ ଆସିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପ୍ରତିକାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା । ଦୀର୍ଘ ୧୦ଟି ବିଷୟ ସମ୍ବିଳିତ ସମସ୍ୟା ଭିତରେ ସ୍ୱାସ୍ଥ୍ୟ ସେବା, ଶିକ୍ଷା ପ୍ରଦାନ, ବନ ସୁରକ୍ଷା ସହ ନଦୀନାଳ, ବଣଜଙ୍ଗଲ ଜାତ ପ୍ରାକୃତିକ ସମ୍ପଦର ହରିଲୁଟ ବିଷୟ ଓ ଅନୁପ୍ରବେଶ ଉପରେ ଗୁରୁତ୍ୱ ଦେଇ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଥିଲା । ସର୍ବପରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ସୁଷମ ବଣ୍ଟନ ହୋଇ ନ ପାରିବା ସଦସ୍ୟ ମାନଙ୍କୁ ମ୍ରିୟମାଣ କରିଥିବାରୁ, ପ୍ରାଥମିକ ସ୍ତରରେ ଏହାର ସୁଧାର ଆଣିବାକୁ ପ୍ରଶାସନର ଦୃଷ୍ଟିକୁ ଅଣାଯାଇଥିଲା । ଏଥି ସଂଲଗ୍ନ ସମାଧାନ ପାଇଁ ସଂଗଠନ ତରଫରୁ ସବୁ ସମୟରେ ସହଯୋଗ କରିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା ।
ଆଜିର ଏହି ସାକ୍ଷାତକାରରେ ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ସଭାପତି ଜଗନ୍ନାଥ ମହାପାତ୍ର, ଉପ ସଭାପତି ଅଶୋକ କୁମାର ପଟ୍ଟନାୟକ, ଡ. ବିଜୟ କୁମାର ମିଶ୍ର, ସଂପାଦକ, ଦୁର୍ଗା ପ୍ରସାଦ ପାଢୀ, ସଂଗଠନ ସଂପାଦକ ବାଙ୍କ ବିହାରୀ ବିଷୋୟୀ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ର ଏବଂ ବିରେନ୍ଦ୍ର ମୋହନ ନାୟକ ଯୋଗ ଦେଇଥିଲେ ।
ସଂଗଠନର ସଭାପତି ଜଗନ୍ନାଥ ମହାପାତ୍ର, ଆଗାମୀ ଦିନରେ ସାଂଗଠନିକ କାର୍ଯ୍ୟକ୍ରମ କୁ ବିସ୍ତାର କରିବା ସହ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଚେଷ୍ଟା କରାଯିବ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

one × three =