ଚାଷୀ ମୁଣ୍ଡ ନୂଆଇଁବା ପରେ ତୁଟିଲା ବିବାଦ, ତିନି ଦିନ ପରେ ମଣ୍ଡିରୁ ଉଠିଲା ଧାନ

0 55

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥ ପୁର ଠାରେ ଚାଷୀ ନିମନ୍ତେ ହୋଇଥିବା ମଣ୍ଡିରୁ ଆଜି ଉଠିଛି ଧାନ । ତିନି ଦିନ ଧରି ଲାଗିରହିଥିବା କଟନୀ ଛଟନୀ ବିବାଦ ଯୋଗୁଁ ଉଠି ପାରୁନଥିଲା ଧାନ । ମିଲର ଓ ଆରଏମସି ପ୍ରଥମେ କ୍ୟୁଣ୍ଟାଲ ପିଛା ବାର କିଲୋ ଧାନ କାଟିବାକୁ କହିବାରୁ ବିବାଦ ଉପୁଜିଥିଲା, ପରେ ଚାରି କିଲୋ କାଟିବାକୁ ପ୍ରସ୍ତାବ ଦେଉଥିଲେ କିନ୍ତୁ ଆଜି କ୍ୟୁଣ୍ଟାଲ ପିଛା ତିନି କିଲୋ କାଟି ଥିବାରୁ ଚାଷୀ ରାଜି ହୋଇଥିଲେ ଓ ପରେ ସନ୍ଧ୍ୟା ରେ ଧାନ ଉଠିଥିଲା । ମିଲର ଓ ଆରଏମସି କର୍ମଚାରୀଙ୍କ ଜିଦ୍‌ ଆଗରେ ହାର ମାନିଛନ୍ତି ଅଞ୍ଚଳର ଚାଷୀ । ମିଲର ମାନଙ୍କୁ କୁଇଣ୍ଟାଲ ପିଛା ତିନି କିଲୋ କାଟି ବିକ୍ରି କରିବା ପାଇଁ ବାଧ୍ୟ ହୋଇଛନ୍ତି ଅଞ୍ଚଳର ଚାଷୀ । ଏହି ମଣ୍ଡିରେ ଚାଷୀଙ୍କ ଠାରୁ ସରୋଜିନୀ ଏସ୍‌ଏଚଜି ସିଧାସଳଖ କିଣିବା ପାଇଁ ସରକାରଙ୍କ ସହ ଚୁକ୍ତି କରିଥିଲେ ମଧ୍ୟ ମଣ୍ଡି ରେ ବିବାଦ ଉପୁଜିବା ପରେ ହାତ ଟେକି ଦେଇଥିଲେ । ମଣ୍ଡିରେ ମିଲର ରାଜ ଚାଲିଥିଲା । ଆରଏମସି ସରକାରୀ ଏଜେନ୍ସି ହୋଇ ମଧ୍ୟ ଚାଷୀଙ୍କ ସ୍ୱାର୍ଥ ପରିବର୍ତ୍ତେ ମିଲର କିପରି ଅଧିକ ଲାଭ ପାଇବେ ସେ ନେଇ ଚିନ୍ତା କରିଥିଲା । ଆଜି ଏହି ମଣ୍ଡିରେ ୪୩ ଜଣ ଚାଷୀଙ୍କ ଦୁଇ ହଜାର କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ବିକ୍ରି କରାଯାଇଛି । ଚଳିତ ବର୍ଷ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଜଗନ୍ନାଥପୁର ଓ ଝାଡବନ୍ଧଗୁଡା ପଞ୍ଚାୟତ ନିମନ୍ତେ ମଣ୍ଡି କରାଯାଇଥିଲା । କିନ୍ତୁ ଏଠାରେ ଆରଏସି ତରଫରୁ ଚାଷୀ ମାନଙ୍କ ପାଇଁ କୌଣସି ସୁବିଧା କରା ନଯାଇ ଚାଷୀଙ୍କୁ ଅଧିକା ହଇରାଣ କରିଥିବା ଚାଷୀ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five + twenty =