ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ

0 75

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ଟାଉନ୍‌ ହଲ୍‌ ପରିସରରେ ଦୁଇଦିନିଆ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରି ଅର୍ଚ୍ଚନା ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ଯୁବ ମଂଚ ଅଭିନେତା ଆଦର୍ଶ ଦାସ ଉପସ୍ଥିତ ଥିଲେ । ବିଶେଷ କରି ଆଧୁନିକ ନୃତ୍ୟରେ କନିଷ୍ଠ ବିଭାଗ, ଯୁବ ବିଭାଗ, ବରିଷ୍ଠ ବିଭାଗ, ମହିଳା ବିଭାଗରେ ଏକକ, ଦ୍ୱୈତ୍ୟ ଓ ଦଳଗତ ଭାବେ ପ୍ରାୟ ୧୨୦ ଜଣ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।
ଗଜପତି, ଗଂଜାମ, ରାୟଗଡ଼ା, ନବରଙ୍ଗପୁର, କେଉଁଝର, ଭବାନୀପାଟଣା ଆଦି ଜିଲ୍ଲାରୁ ଦଳଗତ ଭାଗ ନେଇଥିବା ବେଳେ ଅନେକ ସ୍ଥାନୀୟ କଳାକର ଏକକ ପ୍ରତିଯୋଗୀତା ରେ ଯୋଗ ଦେଇଥିଲେ । ନିରପେକ୍ଷ ଓ ସଠିକ ବିଚାର ପାଇଁ କଟକରୁ ଏ. ରାଜେଶ୍‌ କୁମାର ଭୁବନେଶ୍ୱରରୁ ପ୍ରୀତିଲତା ରାଓ, ବ୍ରହ୍ମପୁର ର ଆପନ୍ନା ମହାରଣା ପରି ନୃତ୍ୟ ବିଶାରଦ ମାନେ ବିଚାରକ ଭାବେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତି ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିଲେ । ଏହି ପ୍ରତିଯୋଗୀତା ରେ ଯେଉଁ ମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେହି ଦଳ ଓ କଳାକାର ମାନେ ଆଗମୀ ରବିବାର ୨୭ ତାରିଖରେ ହେବାକୁ ଥିବା ମିରାକଲ ନାଇଟ ୨୦୨୨ ରେ ପୁରସ୍କୃତ ହେବା ସହ ନିଜର ପ୍ରତିଭା ପ୍ରଦର୍ଶନ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

10 − seven =