ଫୁଲବାଣୀ ସହରରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

0 105

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେବ ଶିଳ୍ପୀ ତଥା ବିଶ୍ୱ ନିର୍ମାଣର ଅଧିଷ୍ଠିତ ଦେବତା ବିଶ୍ୱକର୍ମାଙ୍କର ପୂଜା ପୂଜା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ରାଜ ମିସ୍ତ୍ରୀ ସଙ୍ଘ ତରଫରୁ ଆନନ୍ଦବଜାରରେ ସଭାପତି ଅନିରୁଦ୍ଧ ବେହେରା, ସମ୍ପାଦକ କିଚକ ନାୟକ, ଉପସଭାପତି ଶାନ୍ତନୁ କୁମାର ଡିଗାଲ, ଦାମୋଦର ପ୍ରଧାନ, ସାରସ୍ୱତ ପ୍ରଧାନ , କୋଷାଧକ୍ଷ କର୍ଣ୍ଣ ବେହେରା, ଆନନ୍ଦ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇ ଯାଇଛି । ସେହିପରି ଜିଲ୍ଲା ଠିକାଦାର ସଙ୍ଘ ତରଫରୁ ଫୁଲବାଣୀ ପଟାବାଲି ସାହି ସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ନିର୍ମାଣ କର୍ତ୍ତା ବିଶ୍ୱକର୍ମାଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି । ସଭାପତି ଅଭୟ ପଟ୍ଟନାୟକ, ସମ୍ପାଦକ ପ୍ରେମ ଚାନ୍ଦ ତ୍ରିପାଠୀ, ଉପସଭାପତି ଯତୀନ ସାହୁ ଓ କୋଷାଧ୍ୟକ୍ଷ ଅଶୋକ ମହାନ୍ତି ସମେତ ସୁଧୀର କହଁର,ରଜତ ମହାନ୍ତି, ମିଟୁ ପଟ୍ଟନାୟକ ପ୍ରମୁଖ ଜିଲ୍ଲାର ସମସ୍ତ ଠିକାଦାର ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା ।

hiring

ନିମନ୍ତ୍ରିତ ଅତିଥି ଭାବେ ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ସୁଶାନ୍ତ ମହାନ୍ତିଙ୍କ ସମେତ ସାମ୍ବାଦିକ ଓ ଆଇନଜିବୀ ମାନେ ଉପସ୍ଥିତ ରହି ଦେବ ଶୀଳ୍ପି ବିଶ୍ୱକର୍ମାଙ୍କ ଆଶିଷ ଲାଭ କରିଥିଲେ । ଏଥି ସହିତ ସହରର ପ୍ରାୟ ସମସ୍ତ ବୈଷୟିକ ସମ୍ପୃକ୍ତ କାର୍ଯ୍ୟାଳୟ ବା ଅନୁଷ୍ଠାନ ଗୁଡିକରେ ମଧ୍ୟ ମହାଆଡମ୍ବର ସହକାରେ କୋଭିଡ କଟକଣା ହଟି ଯାଇଥିବାରୁ ଶାନ୍ତି ଶୃଙ୍ଖଳାର ସହ ପୂଜା କମିଟି ଗୁଡିକ ଦ୍ୱାରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ବିଶ୍ୱକର୍ମାଙ୍କ ପୂଜା ଅବସରରେ ଉପସ୍ଥିତ ଥିବା ସମସ୍ତ ନିର୍ମାଣ ଶ୍ରମିକ, କୁଶଳୀ, ଅଣ କୁଶଳୀ ଶ୍ରମିକ, ମିସ୍ତ୍ରୀମାନେ ଉତ୍ସସ୍ୱିତ ଆନନ୍ଦର ସହିତ ପୂଜାକୁ ଉପଭୋଗ କରିଥିଲେ । ଏହାପରେ ଗ୍ରାମାଞ୍ଚଳରେ ମଧ୍ୟ ନିର୍ମାଣ ଶର୍ମିକ ଓ ମିସ୍ତ୍ରୀ ସଙ୍ଘ ମାନଙ୍କ ଦ୍ୱାରା ପୂଜା ଅନୁଷ୍ଠିତ ହୋଇଯାଇଛି । ବିଡ଼ିପଡା ଗ୍ରାମପଞ୍ଚାୟତର ସିଦ୍ଧିଦାତା ନିର୍ମାଣ ଶ୍ରମିକ ସଂଗଠନ ସଭାପତି ସରଜ ଡିଗାଲ, ସମ୍ପାଦକ କୃଷ୍ଣ ଚନ୍ଦ୍ର ବେହେରା, କୋଷାଧକ୍ଷ ଚନ୍ଦ୍ରଶେଖର ବିଶୋଇ ଓ ଅନ୍ୟ ସମସ୍ତ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ବହୁତ ସୁନ୍ଦର ଭାବେ ମିସ୍ତ୍ରୀ ବଢେଇ, କାରିଗରମାନେ ଆନନ୍ଦର ସହିତ ପୂଜା କରିଯାଇଛନ୍ତି । ଏଭଳି କନ୍ଧମାଳ ଜିଲ୍ଲାର ବିଭିନ୍ନ ନିର୍ମାଣ ଶ୍ରମିକ ସଂଗଠନମାନେ ଚଳିତ ବର୍ଷ କୋଭିଡ କଟକଣା ନ ଥିବା ଯୋଗୁଁ ମହାଆନନ୍ଦରେ ଦେବ ଶିଳ୍ପୀ ବିଶ୍ୱ କର୍ମାଙ୍କ ପୂଜା କରି ସମସ୍ତେ ଶାନ୍ତି ମୈତ୍ରୀ ସହିତ ସମାଜର ସୁଖ ସମୃଦ୍ଧି କାମନା କରିଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

one × three =