ଯାତ୍ରା ଖଳନାୟକ କାହ୍ନୁଚରଣ ସ୍ୱାଇଁଙ୍କ ପରଲୋକ

0 54

କେନ୍ଦୁଝର: ପୁଣି ଜଣେ ଯାତ୍ରା କଳାକାରଙ୍କ ମୃତ୍ୟୁ ହୋଇଛି । ଯାତ୍ରା ଖଳନାୟକ କାହ୍ନୁଚରଣ ସ୍ୱାଇଁଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାହ୍ନୁ ଓଡ଼ିଶାର ପ୍ରମୁଖ ଯାତ୍ରାନୁଷ୍ଠାନରେ କାମ କରିବା ବେଳେ ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କୁ ନିଜ ଆଡକୁ ଆକୃଷ୍ଟ କି ରଖିଥିଲେ । ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ସମସ୍ତେ ତାଙ୍କୁ ସ୍ନେହରେ କାହ୍ନୁ ବାବୁ ବୋଲି ଡାକନ୍ତି ।

hiring

ଗତକାଲି ରାତି ୩ଟାରେ କେନ୍ଦୁଝର ଜିଲା ମରେଇ ଗାଁରେ ଯାତ୍ରା କାମସାରି ଘରକୁ ଫେରୁଥିବା ବେଳେ ନନ୍ଦିପଦା ଥାନା ନିକଟରେ ହୃଦଘାତ ହେବାରୁ ମୃତ୍ୟୁ ବରଣ କରିଛନ୍ତି । କାହ୍ନୁଙ୍କ ଦେହାନ୍ତ ଖବର ଶୁଣିବା ପରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । କାହ୍ନୁ ବାବୁ ପ୍ରମୋଦିନୀ ଯାତ୍ରା ପାର୍ଟିରେ କାମ କରୁଥିଲେ । ହୃଦଘାତରେ କାହ୍ନୁଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାଁନ୍ତି ପ୍ରଶଂସକ ଏବଂ ସହ କଳାକାରମାନେ ।

hiranchal ad1
Leave A Reply

Your email address will not be published.

five × two =